Latest Odisha News

Nuapada Bypoll: ନୂଆପଡ଼ା ଉପ-ନିର୍ବାଚନ: ଓଡ଼ିଶା ପୋଲିସ ସହିତ CRPF ର ୧୪ କମ୍ପାନୀ ନିୟୋଜିତ

ନୂଆପଡ଼ା: ନୂଆପଡ଼ା ଉପ-ନିର୍ବାଚନ ପାଇଁ ହେଲା ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। କାରଣ ଏହି ସମୟରେ ନୂଆପଡା ଛତିଶଗଡକୁ ସୀମାକୁ ଲାଗି ରହିଥିବାରୁ ଭୋଟ ପାଇଁ ନକ୍ସଲମାନଙ୍କ ଚ୍ୟାଲେଞ୍ଜ ସାମ୍ନା କରିବାର ଆଶଙ୍କା ରହିଛି। ନକ୍ସଲବାଦୀ ଦୃଷ୍ଟିକୋଣରୁ ଏଠାରେ ସମସ୍ୟା ରହିଛି। ନକ୍ସଲମାନଙ୍କର ଏହି ଅଞ୍ଚଳରେ ଏବେ ମଧ୍ୟ ପ୍ରଭାବ ରହିଛି ବୋଲି ଗୁଇନ୍ଦା ସୂଚନା ମିଳିଛି।

ଉପ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଓଡ଼ିଶା ପୋଲିସ ସହିତ ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ CRPF ର ୧୪ କମ୍ପାନୀ ନିୟୋଜିତ ହୋଇଛନ୍ତି। ଅତିରିକ୍ତ ଡିଜି ଆଇନ ଓ ଶୃଙ୍ଖଳା ସଞ୍ଜୟ କୁମାର କହିଛନ୍ତି ବୁଥ୍ ବ୍ୟବସ୍ଥାଗୁଡ଼ିକର ମୂଲ୍ୟାଙ୍କନ କରାଯାଇଛି।

ନିର୍ବାଚନ ଅଧିକାରୀ ଓ ପୋଲିସ ମିଳିତ ସମୀକ୍ଷା କରି ଏପରି ବ୍ୟବସ୍ଥା କରାଯାଇଛି। ନୂଆପଡ଼ାରେ ମୋଟ ୩୫୮ଟି ବୁଥ୍ ରହିଛି । ସେଥିମଧ୍ୟରୁ ପ୍ରାୟ ୪୭ ଟି ବୁଥ୍ ସମ୍ବେଦନଶୀଳ ଓ ମାଓବାଦୀ ପ୍ରଭାବିତ ଅଞ୍ଚଳ । ନୂଆପଡ଼ା ଉପ-ନିର୍ବାଚନ ନଭେମ୍ବର ୧୧ ରେ ହେବ ଓ ନିର୍ବାଚନ ଫଳାଫଳ ୧୪ ତାରିଖରେ ପ୍ରକାଶ ପାଇବ।

Comments are closed.