Latest Odisha News

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପାଇଲଟିଂ ଓ ପୋଲିସ ସୁରକ୍ଷା ପ୍ରତ୍ୟାହୃତ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି।

ସରକାରୀ ସୂତ୍ରରୁ ପ୍ରକାଶ ଯେ ନବୀନଙ୍କ ପାଇଁ ନିୟୋଜିତ ସୁରକ୍ଷାକର୍ମୀଙ୍କ ସମୀକ୍ଷା କରିବା ପରେ ଏକ ଉଚ୍ଚ ସ୍ତରୀୟ କମିଟି ଡାଉନଗ୍ରେଡକୁ ସୁପାରିଶ କରିଥିଲେ। ଏପରିକି ତାଙ୍କର ସୁରକ୍ଷା ସ୍ତର ଜେଡରୁ ୱାଇ ବର୍ଗକୁ ହ୍ରାସ କରାଯାଇଛି।

ରାଜ୍ୟରେ ତାଙ୍କର ୨୪ବର୍ଷ ଶାସନ କାଳରେ ନିୟୋଜିତ ପୋଲିସ ଫୋର୍ସ ଏବଂ ପାଇଲଟିଂ ଦଳକୁ ସରକାରଙ୍କ ପକ୍ଷରୁ ପ୍ରତ୍ୟାହାର କରି ନିଆଯାଇଛି। ଏପରିକି ବିରୋଧୀ ଦଳର ନେତା ହୋଇଥିବାରୁ ତାଙ୍କ ସୁରକ୍ଷା ପାଇଁ ଦୁଇ ଜଣ ହାବିଲଦାରଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି।

ତେବେ ନିର୍ବାଚନ ପରେ ନବୀନଙ୍କ ବାସଭବନ ସମେତ ତାଙ୍କ ସୁରକ୍ଷା କର୍ମୀଙ୍କୁ ୨୩କୁ ହ୍ରାସ କରାଯାଇଥିଲା। ଏହାପୂର୍ବରୁ ତାଙ୍କ ଚାରିପାଖରେ ତିନିଟି ସିଫ୍ଟରେ ୨୬୮ ସୁରକ୍ଷା କର୍ମୀ ନିୟୋଜିତ ଥିଲେ।

Leave A Reply

Your email address will not be published.