Latest Odisha News

Explosives recovered: ନକ୍ସଲଙ୍କ ବଡ ଷଡଯନ୍ତ୍ର ପଣ୍ଡ; ୧୬ଟି ଆଇଇଡି ସହ ବିପୁଳ ପରିମାଣର ବିସ୍ଫୋରକ ଜବତ

ରାୟପୁର:ନକ୍ସଲ ପ୍ରଭାବିତ ବିଜାପୁରରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ବନ୍ଦେପାରା ଏବଂ ନୀଲମାଡାଗୁ ମଝିରେ ଥିବା ଜଙ୍ଗଲରେ ଏକ ସର୍ଚ୍ଚ ଅପରେସନ କରାଯାଇ ନକ୍ସଲମାନଙ୍କ ଏକ ଭୟଙ୍କର ଷଡ଼ଯନ୍ତ୍ରକୁ ପଣ୍ଡ କରାଯାଇଛି । ନକ୍ସଲମାନେ ମଦେଡ ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ବିସ୍ଫୋରକଗୁଡ଼ିକୁ ଲୁଚାଇ ରଖିଥିଲେ। ସୁରକ୍ଷା ବାହିନୀ ୧୬ଟି ଆଇଇଡି ଉଦ୍ଧାର କରିଛନ୍ତି । ସୁରକ୍ଷା ମାନଦଣ୍ଡ ଅନୁଯାୟୀ ଉଦ୍ଧାର ହୋଇଥିବା ସମସ୍ତ ଆଇଇଡିଗୁଡ଼ିକୁ ନିଷ୍କ୍ରିୟ କରାଯାଇଥିଲା।

ଏହା ସହିତ ଯବାନମାନେ ଜଙ୍ଗଲରେ ଲୁଚି ରହିଥିବା ମାଓବାଦୀଙ୍କ ଡମ୍ପରୁ ପ୍ରାୟ ଶହେ କିଲୋଗ୍ରାମ ଜିଲେଟିନ୍ ଷ୍ଟିକ୍ ଏବଂ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ମଧ୍ୟ ଉଦ୍ଧାର କରିଛନ୍ତି।

ଏହି ଅପରେସନ ସମୟରେ ସୁରକ୍ଷା ବାହିନୀ ନକ୍ସଲଙ୍କ କଳା ପୋଷାକ,ଗନ ପାଉଡର, ୱାକି-ଟକି ଚାର୍ଜର, ବ୍ୟାଟେରୀ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ସୁରକ୍ଷାବାହିନୀ ଉକ୍ତ ଅଞ୍ଚଳରେ ଜୋରଦାର ଅପରେସନ୍ ଚଳାଇଛନ୍ତି।

ବିଜାପୁରରେ ସୁରକ୍ଷା ବାହିନୀ ନିରନ୍ତର ନକ୍ସଲ ବିରୋଧୀ ଅଭିଯାନ ଚଳାଇଛନ୍ତି। ଏହି କ୍ରମରେ, ବିଜାପୁରର ମଦେଡ ପୋଲିସ ଏବଂ ସିଆରପିଏଫ ଦଳ ଜଙ୍ଗଲରେ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।

Comments are closed.