Latest Odisha News

BREAKING NEWS

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ଶ୍ରୀନଗର ରାସ୍ତାକଡରୁ ମିଳିଲା ୬ ଚାଇନିଜ ଗ୍ରେନେଡେ

ବେମିନା: ଶ୍ରୀନଗରର ବେମିନା ଅଂଚଳରେ ଆତଙ୍କବାଦୀମାନେ ଏକ ବଡ ଧରଣର ଷଡଯନ୍ତ୍ର ରଚିଥିଲେ । ଯାହାକୁ ସୁରକ୍ଷାକର୍ମୀ ମାନେ ପଣ୍ଡ କରି ଦେଇଛନ୍ତି । ସିଆରପିଏଫ ଟିମ୍ ଏକ ପବ୍ଲିକ ସ୍କୁଲ ନିକଟରୁ ରାସ୍ତା କଡରୁ ୬ଟି ଚାଇନିଜ ଗ୍ରେନେଡ ଜବତ କରିଛନ୍ତି । ରୋଡ ଡିଭାଇଡର ନିକଟରେ ଏହାକୁ ରଖା ଯାଇଥିଲା ବୋଲି ସୁରକ୍ଷାକର୍ମୀଙ୍କ ପକ୍ଷରୁ କୁହାଯାଇଛି ।

ସମ୍ପୂର୍ଣ୍ଣ ଅଂଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ ଜାରୀ ରଖାଯାଇଛି । ଆତଙ୍କବାଦୀମାନେ କିଛି ଦିନ ନୀରବ ରହିବା ପରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ଷଡଯନ୍ତ୍ର ଆରମ୍ଭ ଦେଇଛନ୍ତି । ଆଲର୍ଟ ଜାରୀ ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି ।

Leave A Reply

Your email address will not be published.