Latest Odisha News

ଆଜିଠୁ ଜଗା ଦର୍ଶନ, ଆନନ୍ଦ ବଜାରରେ ମହାପ୍ରସାଦ ସେବନ

ପୁରୀ : ଆଜିଠୁ ପୁଣି କାଳିଆ ଦର୍ଶନ । ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁ ନେଇ ପାରିବେ ପୂଜା ସାମଗ୍ରୀ, ଆନନ୍ଦ ବଜାରରେ ବସି ଭକ୍ତ କରିପାରିବେ ଅବଢ଼ା ସେବନ ।  ତିନି ଦିନ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠାରୁ ପୁଣି ଜଗା ଦର୍ଶନ । ଗଣେଶ ପୂଜାଠାରୁ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଥିବା ବେଳେ କରୋନା କଟକଣାକୁ କିଛି ମାତ୍ରାରେ କୋହଳ କରିଛି ପ୍ରଶାସନ।

ଜଗା ପାଇଁ ଏଣିକି ଶ୍ରଦ୍ଧାଳୁ ନେଇ ପାରିବେ ତୁଳସୀ ମାଳ ଏବଂ ପୂଜା ସାମଗ୍ରୀ। ଏହାସହ ଆନନ୍ଦ ବଜାରରେ ବସି ମହାପ୍ରସାଦ ସେବନ କରିପାରିବେ ଭକ୍ତ। ସେପଟେ ଶାରଦୀୟ ପୂଜା ଲାଗି ପରମ୍ପରା ଅନୁଯାୟୀ ବିଭିନ୍ନ ପୂଜାମଣ୍ଡପ ଆଜି କିଳା ବାଡ଼ିଆ ନୀତି ସମ୍ପନ୍ନ କରିଛନ୍ତି ।  କୋଭିଡ଼ ମହାମାରୀ ଯୋଗୁଁ ଦୁର୍ଗାପୂଜା ସମ୍ପୁର୍ଣ୍ଣ ନିରାଡ଼ମ୍ବର ଭାବେ ପାଳନ କରିବା ପାଇଁ ମଣ୍ଡପ କର୍ମକର୍ତ୍ତାଙ୍କୁ ପ୍ରଶାସନ ତରଫରୁ କୁହାଯାଇଛି ।

Leave A Reply

Your email address will not be published.