Latest Odisha News

BREAKING NEWS

ଖୁବଶୀଘ୍ର ରାଜଧାନୀର ସିନେମା ହଲରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ ହେବ: ଡିସିପି

ଭୁବନେଶ୍ୱର : ରାଜଧାନୀର ଦୁଇ ଦୁଇଟି ସିନେମା ହଲ ପରିସରରେ ଜଣେ ସାମ୍ବାଦିକ ଓ ୩ ଜଣ ଛାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ସହରର ସମସ୍ତ ସିନେମା ହଲରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ କମିଶନରେଟ୍ ପୋଲିସ ନିଷ୍ପତ୍ତି ନେଇଛି ।

“ନିକଟରେ ସିନେମା ହଲ ପରିସରରେ ଜଣେ ସାମ୍ବାଦିକଙ୍କୁ କିଛି ଯୁବକମାନେ ଆକ୍ରମଣ କରିଥିଲେ ଓ ଅନ୍ୟ ଏକ ସିନେମା ହଲ ନିକଟରେ ଜଣେ ଯୁବକ ୩ ଜଣ ଛାତ୍ରୀଙ୍କୁ ବେଲ୍ଟରେ ପିଟିଥିବାର ଅଭିଯୋଗ ହୋଇଥିଲା । ଉଭୟ ଘଟଣାର ତଦନ୍ତ କରି ପୋଲିସ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି । ଭବିଷ୍ୟତରେ ଏଭଳି କୌଣସି ଅଘଟଣ ନହେବା ପାଇଁ ତଥା ଦର୍ଶକଙ୍କ ସୁରକ୍ଷାକୁ ନଜରରେ ରଖି ସିନେମା ହଲ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ଆକଳନ କରିବା ପାଇଁ ଡିଜିପି କମିଶନରେଟ୍ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଆହୁରି ମଧ୍ୟ “ସହରର ସମସ୍ତ ସିନେମା ହଲ ପରିସର ମଧ୍ୟରେ ଏବେ ପୋଲିସର ଏକ ଟିମ୍ ସଜାଗ ରହିବ” । ପ୍ରେକ୍ଷାଳୟ ମାନଙ୍କରେ ଦର୍ଶକ ମହିଳା ତଥା କଲେଜ ଛାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି” ଭୁବନେଶ୍ୱର ଡିସିପି ଅନୁପ ସାହୁ ମଙ୍ଗଳବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ପୋଲିସ ଏସମ୍ପର୍କରେ ସମସ୍ତ ସିନେମା ହଲ ମାଲିକମାନଙ୍କ ସହ ଆଲୋଚନା କରିବ । ଆମେ ସାଧାରଣତଃ ମହିଳା ଦର୍ଶକଙ୍କ ଉପରେ ହେଉଥିବା ଅସଦାଚରଣ କିମ୍ବା ଟିକେଟ୍ କଳାବଜାରୀ ରୋକିବା ଲାଗି ହଲ ମାନଙ୍କରେ ସିସିଟିଭି ଲଗାଇବାକୁ ଅନୁରୋଧ କରିବୁ । ଏହାବ୍ୟତୀତ ହଲରେ ହିଂସାତ୍ମକ କାର୍ଯ୍ୟ ହେବା ମାତ୍ରେ ଯଥାଶୀଘ୍ର ପୋଲିସକୁ ଜଣାଇବାକୁ ସେମାନଙ୍କୁ ଅବଗତ କରାଯିବ ।

Leave A Reply

Your email address will not be published.