Latest Odisha News

BREAKING NEWS

ଟ୍ରାଫିକ ଭିଡ଼ରେ ଆମ୍ବୁଲାନ୍ସ ଫସି ୪ବର୍ଷ ଝିଅର ମୃତ୍ୟୁ

ଭୁବନେଶ୍ୱର: ରାଜଧାନୀରେ ଏକ ୪ ବର୍ଷର ଶିଶୁକନ୍ୟା ଗୁରୁତର ଅବସ୍ଥାରେ ଚିକିତ୍ସିତ ହେବା ଲାଗି ହସ୍ପିଟାଲକୁ ଯାଉଥିବା ବେଳେ ଲୋୟର୍ ପିଏମଜି ଛକରେ ଆମ୍ବୁଲାନ୍ସଟି ଟ୍ରାଫିକ ଭିଡ଼ ମଧ୍ୟରେ ଫସିଯାଇଥିଲା । ଟ୍ରାଫିକରେ ଆମ୍ବୁଲାନ୍ସ ଫସି ଯାଇ ଚିକିତ୍ସାରେ ଅତ୍ୟଧିକ ବିଳମ୍ବ ହେବା ଯୋଗୁଁ ସେହିଠାରେ ହିଁ କୁନି ଝିଅଟିର ପ୍ରାଣବାୟୁ ଉଡ଼ିଯାଇଛି । ଏହାଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇ କେତେକ ସଂଗଠନ ପକ୍ଷରୁ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ସତ୍ୟନଗର ହାଉସିଂବୋର୍ଡ଼ କଲୋନୀରୁ ଝିଅଟିକୁ ଏକ ଆମ୍ବୁଲାନ୍ସ ଯୋଗେ ନିଳାଚଳ ହସ୍ପିଟାଲକୁ ନେବା ସମୟରେ ଜନପଥରେ ଟ୍ରାଫିକ ଭିଡ଼ରେ ଆମ୍ବୁଲାନ୍ସଟି ଫସିଯାଇଥିଲା । ପିଲାଟିର ବାପା-ମାଆ ଅନନ୍ୟୋପାୟ ହୋଇ ହାତଯୋଡ଼ି ଭିଡ଼ ଭାଙ୍ଗିବାକୁ ରାସ୍ତାରେ ନେହୁରା ହୋଇଥିଲେ ମଧ୍ୟ ଆମ୍ବୁଲାନ୍ସଟି ଭିଡ଼ରୁ ତ୍ରାହି ପାଇ ପାରିନଥିଲା । ଡ୍ରାଇଭର ଜଣକ ଟ୍ରାଫିକ ଭିଡ଼ରୁ ବାହାରି ସ୍ୱସ୍ତି ଗ୍ରାଣ୍ଡ ଦେଇ ଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେଠାରେ ପୂର୍ବାପେକ୍ଷା ଅଧିକ ଟ୍ରାଫିକ ଭିଡ଼ରେ ଆମ୍ବୁଲାନ୍ସଟି ଫସିଯାଇଥିଲା । ମାତ୍ର ଏହି ଟ୍ରାଫିକ ଭିଡ଼ ଯୋଗୁଁ ମୂର୍ମୁଷୁ ଅବସ୍ଥାରେ ଥିବା ଝିଅଟି ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ତା’ର ମୃତ୍ୟୁ ଘଟିଥିଲା ।

ପ୍ରାପ୍ତ ସୂଚନା ଅନୁସାରେ, ଝିଅଟି ସୋମବାର ଦିନ ପାଣିଟାଙ୍କି ମଧ୍ୟରେ ପଡ଼ିଯାଇ ଗୁରୁତର ଭାବେ ଆହତ ହୋଇଥିଲା ।

Leave A Reply

Your email address will not be published.