Latest Odisha News

ନିଦ ଭାଙ୍ଗିଲା ଅଗ୍ନିଶମ ବିଭାଗର, ଯାଞ୍ଚ ହେବ ସପିଂ ମଲର ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଶୁକ୍ରବାର ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱର ସ୍ଥିତ ମାର୍କେଟ ବିଲଡିଂ ନିକଟରେ ଥିବା କେଶରୀ ସପିଂ ମଲରେ ନିଆଁ ଲାଗିଥିଲା । କେଉଁ କାରଣ ପାଇଁ ଅଗ୍ନିକାଣ୍ଡ ଘଟିଥିଲା ତାହା ଏବେ ବି ଅସ୍ପଷ୍ଚ ରହିଛି । କିନ୍ତୁ ପ୍ରାଥମିକ ତଦନ୍ତରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା ବୋଲି କୁହାଯାଇଛି । ଏହାରି ଭିତରେ ଅଗ୍ନିଶମ ବିଭାଗର କାର୍ଯ୍ୟକଳାପ ଉପରେ ସାଧାରଣରେ ପ୍ରଶ୍ନ ଉଠିଛି।

ରାଜଧାନୀରେ ଗଳିକନ୍ଦିରେ ଗଢି ଉଠିଲାଣି ସପିଂ ମଲ୍ । ହେଲେ ଏହି ସବୁ ସପିଂ ମଲରେ ସୁରକ୍ଷା ବ୍ୟବସ୍ଥା କେତେ ଠିକ୍, ଏଠାରେ ନିୟୋଜିତ ସୁରକ୍ଷା କର୍ମୀ ଅଗ୍ନିକାଣ୍ଡର ମୁକାବିଲା ପାଇଁ କେତେ ଦକ୍ଷ ଏବଂ ସପିଂ ମଲ ଗୁଡିକୁ ଏନଓସି ମିଳିଛି କି ନାହିଁ ତାହା ଆଉ ଯାଞ୍ଚ ହେଉନଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ସାଧାରଣରେ ଅଗ୍ନିଶମ ବିଭାଗ ଉପରେ ପ୍ରଶ୍ନ ଉଠିଛି। ତେଣୁ ଚୋର ଗଲାପରେ ବୁଦ୍ଧି ଧିଶେ ଭଳି ଏବେ କେଶରୀ ମଲର ଅଗ୍ନିକାଣ୍ଡ ପରେ ଅଗ୍ନିଶମ ବିଭାଗ ଚେଇଁ ଉଠିଛି ବୋଲି ଜଣାପଡିଛି। ଏବେ ବିଏମସି ସହିତ ଅଗ୍ନିଶମ ବିଭାଗ ବିଭିନ୍ନ ମଲ ଗୁଡିକରେ ଅଗ୍ନିଶମ ନିରୋଧ ବ୍ୟବସ୍ଥା ଯାଞ୍ଚ କରିବ ବୋଲି ଜଣାପଡ଼ିଛି ।

Comments are closed.