Latest Odisha News

ରାଜଧାନୀରେ ପୋଲିସର ଫ୍ଲାଗ ମାର୍ଚ୍ଚ

ଭୁବନେଶ୍ୱର: ଦଶହରା ପାଇଁ ରାଜଧାନୀରେ ଫ୍ଲାଗ ମାର୍ଚ୍ଚ। ପୂଜା ପେଣ୍ଡାଲ ଓ ପୂଜା ମଣ୍ଡପରେ ଭିଡ଼କୁ ଦୃଷ୍ଟିରେ ରଖି କରାଯାଇଛି ଫ୍ଲାଗ ମାର୍ଚ୍ଚ। ଆଇନଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ ସମସ୍ୟା ଓ ଅପରାଧୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଇ କମିଶନରେଟ ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା। ଏହି ଫ୍ଲାଗ ମାର୍ଚ୍ଚରେ ୧ ପ୍ଲାଟୁନ ବିଏସଏଫ୍ ଯବାନଙ୍କ ସହ ଦୁଇ ସେକ୍ସନ ପୋଲିସ କର୍ମୀ, ସ୍ଥାନୀୟ ଥାନା ଅଧିକାରୀ ଓ ଜୋନ ଏସପି ସାମିଲ ହୋଇଛନ୍ତି।

ନୂଆ ପୁଲିସ ଡିସିପି ପିନାକ ମିଶ୍ରଙ୍କ ନେତୃତ୍ୱରେ ଲକ୍ଷ୍ମୀସାଗର ଥାନାରୁ ଏହି ଫ୍ଲାଗ ମାର୍ଚ୍ଚ ଆରମ୍ଭ ହୋଇ ଝାରପଡା ଓ ଲକ୍ଷ୍ମୀସାଗରର ବିଭିନ୍ନ ଆଞ୍ଚଳ ଓ ବସ୍ତି ପରିଭ୍ରମଣ କରିଥିଲା। ଲୋକଙ୍କୁ ଅପରାଧ ଠାରୁ ଦୂରରେ ରହିବା ପାଇଁ ସଚେତନତା କରାଯାଇଥିଲା।

Leave A Reply

Your email address will not be published.