ଭୁବନେଶ୍ୱର: ବାଲେଶ୍ୱରର ଦୁର୍ଗାଦେବୀ ସମବାୟ ସମିତିର ସେକ୍ରେଟେରୀ ଇନ-ଚାର୍ଜ ଦାୟିତ୍ୱରେ ଥିବା ଗିରିଶ ଚନ୍ଦ୍ର ବେହେରାଙ୍କୁ ୫.୮ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ କରିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି।
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଏହି ରାଶି ୨୦୨୧-୨୦୨୩ ମସିହାରେ ୩୮ ଜଣ ଚାଷୀଙ୍କ ମଧ୍ୟରେ ବଣ୍ଟନ କରାଯିବାର ଥିଲା। ଯାହାକୁ ନ ବାଣ୍ଟି ସେ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି।
ତେବୋ ତାଙ୍କ ବିରୁଦ୍ଧରେ ପିସି (ସଂଶୋଧନ) ଆଇନର ଧାରା 13(2)r/w13(1)(a) of PC (Amendment) Act ଏବଂ ଆଇପିସିର ୨୦୧୮/୪୦୯ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡିଛି।
Comments are closed.