Latest Odisha News

BREAKING NEWS

କାଚ ଭାଙ୍ଗି ଇମ୍ରାନଙ୍କୁ ଉଠାଇ ନେଲେ ରେଞ୍ଜର: ସାମ୍ନାକୁ ଆସିଲା ଭିଡିଓ

ଇସଲାମାବଦ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନ ଗିରଫ ହୋଇଛନ୍ତି । ଇମ୍ରାନଙ୍କୁ ପାକ ରେଞ୍ଜର୍ସ ଇସଲାମବାଦ ହାଇକୋର୍ଟ ବାହାରେ ତାଙ୍କୁ ଗିରଫ କରି ନେଇଛନ୍ତି । ଗିରଫ ସମୟରେ ଇମ୍ରାନଙ୍କ ଓକିଲଙ୍କୁ ଆକ୍ରମଣ ହୋଇଛି । ଏଥିରେ ସେ ଲହୁଲୁହାଣ ହୋଇଛନ୍ତି । ଗିରଫ ସମୟର ଏକ ଭିଡିଓ ପିଟିଆଇ ପକ୍ଷରୁ ସେୟାର କରାଯାଇଛି । ଏଥିରେ ଦେଖିବାକୁ ମିଳିଛି, କାଚକୁ ଭାଙ୍ଗି କୋର୍ଟ ଭିତରେ ପଶି ପାକିସ୍ତାନୀ ରେଞ୍ଜର ତାଙ୍କୁ ଗିରଫ କରିଛନ୍ତି ।

ଇମ୍ରାନଙ୍କୁ ଗିରଫ କରିବା ପାଇଁ ମେ‘ ୧ ତାରିଖରୁ ୱାରେଣ୍ଟ ଜାରି କରାଯାଇଥିଲା । ତେବେ ପିଟିଆଇ ପକ୍ଷରୁ କୁହାଯାଇଛି ଯେ, ତାଙ୍କୁ ଯେତେବେଳେ ଗିରଫ କରାଗଲା କୌଣସି ୱାରେଣ୍ଟ ଦେଖା ଯାଇ ନ ଥିଲା ।

ଇମ୍ରାନଙ୍କ ଗିରଫ ପରେ ଦେଶରେ ଉତ୍ତେଜନା ଦେଖା ଯାଇଛି । ଅନେକ ସ୍ଥାନରେ ଗଣ୍ଡଗୋଳ ଘଟିଥିବା ସୂଚନା ବି ସାମ୍ନାକୁ ଆସିଛି । ତେବେ ଇସଲାମବାଦ ପୋଲିସ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି, ଏବେ ଇସଲାମବାଦରେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ଏବେ ଏଠାରେ ୧୪୪ ଧାରା ଜାରି କରାଯାଇଛି । ଇମ୍ରାନଙ୍କ ଗିରଫ ପରେ କୋର୍ଟ ସମ୍ମୁଖରେ ଥିବା ଇମ୍ରାନଙ୍କ ଦଳ ପିଟିଆଇର ୯ ଜଣ ବରିଷ୍ଠ ସଦସ୍ୟଙ୍କୁ ମଧ୍ୟ ଗିରଫ କରି ନେଇଛି ପୋଲିସ ।

Comments are closed.