Latest Odisha News

BREAKING NEWS

ଓଡ଼ିଶାରେ ପିକ୍ ଛୁଇଁ ସାରିଛି କରୋନା ସଂକ୍ରମଣ !

ଭୁବନେଶ୍ୱର: ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ କମୁଛି । ଆକ୍ଟିଭ କେସ ତଳମୁହାଁ ରହିଛି । ରାଜ୍ୟରେ କରୋନା ସଂକ୍ରମଣ ପିକ ଛୁଇଁ ସାରିଥିବା ଜଣାପଡୁଛି । ଏହି ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସଂକ୍ରମଣର ବେସ୍ ଲାଇନ୍ ଆସିବା ଦରକାର ।

ଏବେ ରାଜ୍ୟରେ ପ୍ରତ୍ୟେକ ଦିନ ୫ରୁ ୬ ହଜାର ପଜିଟିଭ ଚିହ୍ନଟ ହେଉଛନ୍ତି । ଟ୍ରାନ୍ସମିଶନ ବହୁତ ଅଧିକା ରହିଛି । ଏବେ ବି ସତର୍କତା ଅବଲମ୍ବନ କରିବାକୁ ପଡିବ । ଅନ୍ୟ ଦେଶଗୁଡିକ ଦେଖିଲେ ଚତୁର୍ଥ ଓ ପଞ୍ଚମ ଲହର ଦେଖିବାକୁ ମିଳୁଛି ବୋଲି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ।

Comments are closed, but trackbacks and pingbacks are open.