Latest Odisha News

BREAKING NEWS

ଏହି ଅଧିନାୟକଙ୍କ ରାଗିଲେ ସମସ୍ତେ ହୋଇ ଯାଉଥିଲେ ଚୁପ

ନୂଆଦିଲ୍ଲୀ: ବିଶ୍ୱରେ ଏପରି କେତେକ କ୍ରିକେଟର ଅଛନ୍ତି ଯାହାଙ୍କ ନାମ ସର୍ବଦା ସମ୍ମାନର ସହିତ ନିଆ ଯାଇଥାଏ । ସେମାନଙ୍କ ମଧ୍ୟରେ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ରାହୁଲ ଡ୍ରାଭିଡ ସାମିଲ । କ୍ରିକେଟରୁ ଅବସର ନେଇ ସାରିଥିଲେ ମଧ୍ୟ ଏବେ ବି ପ୍ରଶଂସକମାନେ ତାଙ୍କୁ ମନେ ପକାଇଛନ୍ତି । ନିକଟରେ ଟିମ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ ଏକ ମଜାଦାର ଖୁଲାସା କରିଛନ୍ତି । ସେ କହିଛନ୍ତି ଆମ ସମୟରେ ଏହିପରି ଜଣେ ଅଧିନାୟକ ଥିଲେ ସେ ରାଗିଲେ ତାଙ୍କ ମୁହଁ ଉପରେ ଉପରୋକ୍ତ ୩ ମହାରଥୀ ମଧ୍ୟ କିଛି କୁହନ୍ତି ନାହିଁ । ଆଉ ସେ ଅଧିନାୟକ ଜଣଙ୍କ ହେଲେ ଅନୀଲ କୁମ୍ବଲେ ।

ସେହ୍ୱାଗ କହିଛନ୍ତି ଦାଦା କିମ୍ବା ଡ୍ରାଭିଡ ରାଗିଲେ ଆମେ ତାଙ୍କ ମୁହଁ ଉପରେ କହି ଦେଉଥିଲେ । ମାତ୍ର କୁମ୍ବଲେ ରାଗିଲେ ସମସ୍ତେ ଚୁପ । ଏହାର ମୂଖ୍ୟ କାରଣ ହେଲେ ସେ ବିନା କାରଣରେ କେବେ ହେଲେ ରାଗନ୍ତି ନାହିଁ । ସେ ରାଗିବା ମନେ ଖେଳାଳିଜଣଙ୍କ ଭଲ ଭାବେ ନିଜ ଭୁଲ ବୁଝିଥାଏ । ମୋ କ୍ୟାରିୟରରେ କୁମ୍ବଲେଙ୍କ ବହୁତ ବଡ ଦାନ ରହିଛି ବୋଲି ସେହ୍ୱାଗ କହିଛନ୍ତି । କୁମ୍ବଲେ ଭାରତ ପକ୍ଷରୁ ୧୩୨ ଟେଷ୍ଟ, ୨୭୧ ଦିିନିକିଆରେ ଅଂଶଗ୍ରହଣ କରିଛନ୍ତି । ଟେଷ୍ଟରେ ସେ ୨୩୬ ଇନିଂସରେ ୬୧୯ ୱିକେଟ ଏବଂ ଦିନିକିଆରେ ୨୬୫ ପାରିରେ ୩୩୭ ୱିକେଟ ହାସଲ କରିଛନ୍ତି ।

Comments are closed.