Latest Odisha News

BREAKING NEWS

ପ୍ରେମିକାକୁ ୬ ଖଣ୍ଡ କାଟି କୂଅରେ ଫିଙ୍ଗିଥିଲା ପ୍ରେମିକ

ପୁଲିସ ଗୋଡ଼କୁ ମାରିଲା ଗୁଳି

ଆଜମଗଡ଼ :ପ୍ରେମ କରି ପରେ ପ୍ରେମିକାକୁ ହତ୍ୟା କରିବା ଏବେ ପ୍ରତିଦିନ ଗୋଟେ ପରେ ଘଟିବାରେ ଲାଗିଛି । କେଉଁଠି ବିବାହର ପ୍ରତିଶ୍ରୁତି ଦେବା ପରେ ପ୍ରେମିକାକୁ ନୃଶଂସଭାବେ ହତ୍ୟା କରୁଛି ପ୍ରେମିକା ତ କେଉଁଠି ପ୍ରତିଶୋଧ ପରାୟଣ ହୋଇ ହତ୍ୟା କରାଯାଉଛି । ଭଲ ପାଇବାକୁ ନେଇ ଛଳନା ପରେ ଦିନେ ଅତି ନିଜର ଭାବୁଥିବା ମନର ମଣିଷକୁ ହତ୍ୟା କରୁଛି ପ୍ରେମିକ । ମହାରାଷ୍ଟ୍ରର ଶ୍ରଦ୍ଧାଙ୍କୁ ପ୍ରେମିକ ବିଭତ୍ସ ହତ୍ୟା କରିଥିବା ଖବର ସାରା ଦେଶରେ ଚର୍ଚା ହେଉଥିବା ବେଳେ ଏବେ ୟୁପିର ଆଜମଗଡ଼ରୁ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ପର୍ଦାଫାସ କରିଛି ପୋଲିସ । ଫେରାର ଥିବା ପ୍ରେମିକକୁ ଧରିବା ବେଳେ ଗୋଡକୁ ଗୁଳିମାରି ଧରିଛି ପୋଲିସ ।

ଘଟଣା ଅନୁସାରେ ନିଜର ପ୍ରେମିକା ଆରାଧନା  ଅନ୍ୟଜଣଙ୍କୁ ବିବାହ କରିଥିବାରୁ ପ୍ରେମିକ ପ୍ରିନସ  ପ୍ରତିଶୋଧ ନିଆଁରେ ଜଳୁଥିଲା । ତାଙ୍କୁ ତତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲା ପ୍ରିନସ । ମିଛ କହି ମନ୍ଦିର ବୁଲିବାକୁ ଡାକିବା ପରେ ନିଜ ମୋଟର ସାଇକେଲରେ ବୁଲାଇଥିଲା ।  ରେଷ୍ଟୁରାଣ୍ଟକୁ ନେଇ ମନ ଭରି ଖାଇବାକୁ ଦେଇଥିଲା ପ୍ରିନସ । ଆରାଧନା ପୂର୍ବତନ ପ୍ରେମିକ ମନର କଥା ଜାଣିବା ପୂର୍ବରୁ ତାଙ୍କୁ ଏକ ଆଖୁ ଖେତକୁ ନେଇଥିଲା ପ୍ରିନସ ସେଠାକୁ ନିଜର ମାମୁ ପୁଅକୁ ଡାକିଥିଲା ପ୍ରିନସ । ଦୁଇଜଣ ମିଶି ଆରାଧନାକୁ ହତ୍ୟା କରିଥିଲେ ।  ନିଜ ପ୍ରେମିକା ଆରାଧନାଙ୍କୁ ଗଳା ଚିପି ହତ୍ୟା କରିଥିଲା ପ୍ରିନ୍ସ । ଶବ ଯେମିତି କେହି  ଚିହ୍ନିପାରିବେ ନାହିଁ ସେଥିପାଇଁ ଶବକୁ ବିକୃତ କରିବା ସହ  ୬ଖଣ୍ଡ କରିଥିଲା ମୃତଦେହ। ପରେ ଏକ  କୂଅକୁ ଆରାଧନା ପ୍ରଜାପତିଙ୍କ ଗଳିତ ଶରୀର ଅଂଶବିଶେଷ କୁ ଫିଙ୍ଗିଦେଇ ଦୁହେଁ ଚାଲିଯାଇଥିଲେ ଘରକୁ ।

ନଭେମ୍ବର 9ରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ 15 ତାରିଖରେ କୂଅରେ ଗନ୍ଧ ବାହାରିଥିଲା । ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରି ଶବ ଚିହ୍ନଟ କରିଥିଲା ।

ପରିବାର ଲୋକଙ୍କ ତଥ୍ୟ ଆଧାରରେ ପ୍ରିନସକୁ ଗିରଫ କରିଥିଲା ପୋଲିସ । ଏହାପରେ ପୋଲିସ ଆଗରେ ପ୍ରିନସ ହତ୍ୟାକାଣ୍ଡ ନିଜେ ଘଟାଇଥିବା ମାନିଥିଲା । ଫେରାର ଥିବା ପ୍ରିନସକୁ ଗିରଫ ବେଳେ ଗୁଳିମାଡ କରିଥିଲା ପୋଲିସ ।  ତା ମାମୁଁ ପୁଅ ହତ୍ୟାକାଣ୍ଡ ବେଳେ ସାଥିରେ ଥିବାରୁ ପୋଲିସ ତାକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି । ଏବେ ସେ ଫେରାର ଅଛି । ତାର ସୂଚନା କିଏ ଦେଲେ ପଚିଶ ହଜାର ଟଙ୍କା ଦେବାକୁ ୟୁପି ପୋଲିସ ଘୋଷଣା କରିଛି ।

Leave A Reply

Your email address will not be published.