ମୁମ୍ବାଇ:ଆରପାରିରେ ଥିବା ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନାମରେ ଉତରାଖଣ୍ଡ ସରକାର ଏକ ସେଲଫି ପଂଏଟ କରିବା ପାଇଁ ନିଷ୍ପତି ନେଇଛନ୍ତି । ସୁଶାନ୍ତଙ୍କ ସ୍ମୃତିରେ ଏବଂ ତାଙ୍କ ପ୍ରଶଂସକଙ୍କ ପାଇଁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ପର୍ଯ୍ୟଟନ ମନ୍ତ୍ରୀ ସତପାଲ ମହାରାଜା ଏହି ସୂଚନା ଦେଇଛନ୍ତି । ଫଟୋଗ୍ରାଫି ପଂଏଟରେ ତୀର୍ଥଯାତ୍ରୀମାନେ ଫଟୋ ଉଠାଇପାରିବେ । ଏହା ତାଙ୍କ ପାଇଁ ଆମର ଶ୍ରଦ୍ଧାଞ୍ଜଳୀ ବୋଲି ସେ କହିଛନ୍ତି । ୨୦୧୩ରେ ଉତରାଖଣ୍ଡରେ ଆସିଥିବା ବିପଦ ଉପରେ ଆଧାରିତ କେଦାରନାଥ ଫିଲ୍ମରେ ସୁଶାନ୍ତ ଚମତ୍କାର ଅଭିନୟ କରି ସମସ୍ତଙ୍କ ମନ ଜିଣିଥିଲେ ।
ସୂଚନାଯୋଗୃ, ୧୪ ଜୁନ ୨୦୨୦ରେ ସୁଶାନ୍ତଙ୍କ ମୃତ ଦେହ ତାଙ୍କ ଘରୁ ମିଳୁଥିଲା । ପୋଲିସ ଏହାକୁ ଆତ୍ମହତ୍ୟା ଘୋଷଣା କରିଥିଲେ ମଧ୍ୟ ପ୍ରକୃତ ରହସ୍ୟ ଉପରୁ ଏବେ ବି ପରଦା ଉଠିପାରି ନାହିଁ । ତାଙ୍କ ପ୍ରଶଂସକମାନେ ନ୍ୟାୟ ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରୀ ରଖିଛନ୍ତି । କଂଗ୍ରେସ କିନ୍ତୁ ସରକାରଙ୍କ ଏହି ଉଦ୍ୟମକୁ ସମାଲୋଚନା କରିଛି ।
Comments are closed.