Latest Odisha News

BREAKING NEWS

ପାକିସ୍ତାନ ଲକ୍ଷ୍ୟ ବିଶ୍ୱକପ ସେମିଫାଇନାଲ, ଇଂଲଣ୍ଡର ଟାର୍ଗେଟ ଚାମ୍ପିୟନ୍ସ ଟ୍ରଫି ଯୋଗ୍ୟତା

କୋଲକାତା: ଦିନିକିଆ ବିଶ୍ୱକପ କ୍ରିକେଟରେ ଶନିବାର ପାକିସ୍ତାନ-ଇଂଲଣ୍ଡ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯିବ । ଇଂଲଣ୍ଡକୁ ବୃହତ ବ୍ୟବଧାନରେ ହରାଇ ପାକିସ୍ତାନ ସେମିଫାଇନାଲ ପ୍ରବେଶ ଉଦ୍ୟମ କରିବ ଅନ୍ୟ ପଟେ ଇଂଲଣ୍ଡ ମ୍ୟାଚକୁ ଜିତି ଚାମ୍ପିୟନ୍ସ ଟ୍ରଫି ପାଇଁ ଯୋଗ୍ୟତା ହାସଲ କରିବ । ନ୍ୟୁଜିଲାଣ୍ଡ ରନରେଟ ଭଲ ଥିବାରୁ ପାକିସ୍ତାନକୁ ଏହି ମ୍ୟାଚରେ ୨୮୭ ରନ ବ୍ୟବଧାନରେ କିମ୍ବା ୨୮୪ ବଲ ବାକି ଥାଇ ଜିତିବାକୁ ପଡିବ । ପାକିସ୍ତାନ ଯଦି ପ୍ରଥମେ ବ୍ୟାଟିଂ କରେ ତାହା ହେଲେ କିଛିଟା ସମ୍ଭାବନା ରହିବ । ଅପରପକ୍ଷରେ ବିଶ୍ୱକପ ସେମିଫାଇନାଲ ଦୌଡରୁ ବାଦ ପଡିଥିବା ଇଂଲଣ୍ଡ ୨୦୨୫ ଚାମ୍ପିୟନ୍ସ ଟ୍ରଫି ଯୋଗ୍ୟତା ପାଇଁ ଉଦ୍ୟମ କରିବ । ଏହି ମ୍ୟାଚରେ ବିଜୟ ହାସଲ କଲେ ଏହାର ସମ୍ଭାବନା ରହିଛି । ବାଂଲାଦେଶ ଓ ନେଦରଲାଣ୍ଡକୁ ଯଥାକ୍ରମେ ଅଷ୍ଟ୍ରେଲିଆ ଓ ଭାରତ ବିପକ୍ଷରେ ମ୍ୟାଚ ଖେଳାଯିବାକୁ ଥିବାରୁ ଇଂଲଣ୍ଡ ଆଶା ଉଜ୍ଜୀବୀତ ରହିଛି । ଚାମ୍ପିୟନ୍ସ ଟ୍ରଫିରେ ପ୍ରଥମ ୮ଟି ସ୍ଥାନରେ ଥିବା ଟିମକୁ ଖେଳିବା ପାଇଁ ସୁଯୋଗ ମିଳିବ ।

ପାକିସ୍ତାନ ଟିମର ବ୍ୟାଟ୍ସମ୍ୟାନ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ବଡ ସ୍କୋର କରିବାକୁ ପଡିବ । ଦଳ ଯଦି ୪୦୦ କିମ୍ବା ୪୫୦ ସ୍କୋର କରେ ତେବେ ଇଂଲଣ୍ଡକୁ ଅଳ୍ପ ରନରେ ଅଲଆଉଟ କରି ସେମିରେ ପ୍ରବେଶ ପାଇଁ ଉଦ୍ୟମ କରିବ । ଇଂଲଣ୍ଡ ତାର ପୂର୍ବ ମ୍ୟାଚରେ ନେଦରଲାଣ୍ଡ ବିପକ୍ଷରେ ବଡ ବିଜୟ ହାସଲ କରିଥିବାରୁ ସେମାନଙ୍କୁ ଅଟକାଇବା ଏତେଟା ସହଜ ହେବନି । ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ସେମିରେ ପ୍ରବେଶ କରିବା ଟିମ ଭାରତକୁ ଭେଟିବ ।

Leave A Reply

Your email address will not be published.