Latest Odisha News

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା ଚକ୍ର

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରଠାରେ ପବିତ୍ର ରଥ ଯାତ୍ରା ଉପଲକ୍ଷେ ଆୟୋଜିତ ପୁସ୍ତକ ପ୍ରଦର୍ଶନୀର ଉଦଯାପନୀ ଉତ୍ସବରେ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।

ଗ୍ରନ୍ଥାଗାରର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଉଦଯାପନୀ ଉତ୍ସବରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲୀପ ରାଉତରାଏ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଲିଖିତ ଉପାଦେୟ ପୁସ୍ତକଗୁଡ଼ିକ ଉପରେ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତାଭାବେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଓ ପ୍ରବଚକ ଜ୍ଞାନାନନ୍ଦ ସାଗର କୁମାର ଯୋଗ ଦେଇଶ୍ରୀଜୀଉମାନଙ୍କର ନୀଳାଦ୍ରି ବିଜେ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଗ୍ରନ୍ଥାଧ୍ୟକ୍ଷ ସଂଘମିତ୍ରା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ରାଜ୍ୟ ଗ୍ରନ୍ଥାଗାରର କର୍ମଚାରୀ, ପାଠକ ଓ ପାଠିକାମାନେ ଏହି ଉଦଯାପନୀ ଉତ୍ସବରେ ଯୋଗ ଦେଇଥିଲେ ।ଏହି ପୁସ୍ତକ ପ୍ରଦର୍ଶନୀ ୧୪ ଦିନ ପର୍ଯ୍ୟନ୍ତ ଚାଲିଥିଲା ।

Comments are closed.