Latest Odisha News

ପ୍ରବାସୀଙ୍କ ବାବଦରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ; ୧୫ ଦିନ ଭିତରେ ଘରକୁ ପଠାଅ

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକଡାଉନ ଯୋଗୁଁ ପ୍ରବାସୀ ଶ୍ରମିକମାନେ ଘରକୁ ଫେରିନପାରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏକ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ସମସ୍ତ ପ୍ରବାସୀ ମାନଙ୍କୁ ନିଜ ରାଜ୍ୟକୁ ଫେରାଇ ନେବାଲାଗି ସେମାନଙ୍କର ରେଜିଷ୍ଟ୍ରେସନ୍ କରାଯାଉ ଏବଂ ୧୫ ଦିନ ମଧ୍ୟରେ ସେମାନଙ୍କୁ ନିଆଯାଉ । ଆବଶ୍ୟକସ୍ଥଳେ କେନ୍ଦ୍ର ସରକାର ସେମାନଙ୍କୁ ଫେରାଇ ନେବା ଲାଗି ଅତିରିକ୍ତ ଟ୍ରେନ୍ ତଥା ଅଧିକ ଟ୍ରେନ୍ ଚଳାଚଳ କରିବେ । ଯାହାଫଳରେ ଆବେଦନ କରିବାର ୨୪ ଘଣ୍ଟା ମଧ୍ୟରେ ସେମାନଙ୍କୁ ଟ୍ରେନ୍ ସୁବିଧା ମିଳିପାରିବ ।

ଆହୁରି ମଧ୍ୟ ପ୍ରବାସୀଙ୍କୁ ରୋଜଗାର ପ୍ରଦାନ କରିବା ଲାଗି ଏକ ସ୍କିମ୍ ପ୍ରସ୍ତୁତ କରାଯିବ । ସେସବୁ ସ୍କିମର ଲାଭ ଶ୍ରମିକମାନେ ପାଉଛନ୍ତି କି ନାହିଁ, ସେନେଇ ରାଜ୍ୟ ସମସ୍ତ ତଥ୍ୟ ସୁପ୍ରିମକୋର୍ଟଙ୍କ ନିକଟରେ ପ୍ରଦାନ କରିବେ ।

ଏହାଛଡା ରାଜ୍ୟକୁ ପ୍ରତ୍ୟାବର୍ତ୍ତନ ସମୟରେ ଲକଡାଉନ ନିୟମ ଉଲ୍ଲଂଘନ ନେଇ ଶ୍ରମିକମାନଙ୍କ ନାମରେ ହେଉଥିବା ମାମଲାକୁ ପ୍ରତ୍ୟାହାର ଲାଗି ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.