Latest Odisha News

ଆରପାରିରେ ବରିଷ୍ଠ ବିଜେଡି ନେତା ବେଦ ପ୍ରକାଶ ଅଗ୍ରୱାଲ

ଭୁବନେଶ୍ୱର : ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ଚିକିତ୍ସାଧିନ ଅବସ୍ଥାରେ ଶନିବାର ଦିନ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଘଟିଛି ।

ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା।

ପ୍ରାପ୍ତ ସୂଚନାନୁଯାୟୀ ଜଣେ ପୋଖତ ରାଜନୈତିଜ୍ଞ ତଥା କେନ୍ଦ୍ରାପଡା ଜିଲ୍ଲା ପାଟକୁରା ବିଧାନସଭା ଆସନରୁ ବିଧାୟକ ଭାବେ ରହିଥିବା ବେଦ ପ୍ରକାଶ ଚଳିତ ବର୍ଷ ତୃତୀୟ ଥର ପାଇଁ ନିଜ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢିଥାନ୍ତେ ।

ସ୍ୱର୍ଗତଃ ଅଗ୍ରୱାଲ୍ ୨୦୦୯ ଓ ଏବଂ ୨୦୧୪ରେ ଏହି ନିର୍ବାଚନମଣ୍ଡଳୀରୁ ଦୁଇ ଦୁଇ ଥର ନିର୍ବାଚିତ ହୋଇଥିଲେ ।

Comments are closed.