Latest Odisha News

BREAKING NEWS

ପରଲୋକରେ ବରିଷ୍ଠ କଂଗ୍ରେସ ନେତା ହରିହର କରଣ

ଭୁବନେଶ୍ୱର : ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ହରିହର କରଣ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ଦିନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି ।

ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ସେ ସେପ୍ଟିସେମିଆ ରୋଗରେ ପୀଡ଼ିତ ଥିଲେ ବୋଲି ପରିବାର ସଦସ୍ୟ ପକ୍ଷରୁ ସୂଚନା ମିଳିଛି ।

୧୯୪୭ ମସିହାରେ ଜନ୍ମଗ୍ରହଣ କରିଥିବା ହରିହର ଛାତ୍ର ଜୀବନରୁ ରାଜନୀତିରେ ପାଦ ଥାପି ଥିଲେ। ୧୯୮୦ ମସିହାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ୨୦୧୩ ମସିହାରେ ହରିହର କରଣ ପିସିସି ଶୃଙ୍ଖଳା କମିଟି ମୁଖ୍ୟ ଥିଲେ।

ଆହୁରି ମଧ୍ୟ ସେ ଦଶପଲ୍ଲା ବିଧାନସଭା ଆସନରୁ ୬ଥର ବିଧାୟକ ଭାବେ ନିର୍ବାଚିତ ମଧ୍ୟ ହୋଇଥିଲେ । ଏହି ବ୍ୟକ୍ତିତ୍ୱଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.