Latest Odisha News

BREAKING NEWS

ଉପକୂଳ ରାଜପଥ ନିର୍ମାଣ ପ୍ରକଳ୍ପ ନେଇ କେନ୍ଦ୍ରକୁ ବର୍ଷିଲେ ନବୀନ

ବାଣପୁର: ଓଡ଼ିଶାରେ ଉପକୂଳ ରାଜପଥ ନିର୍ମାଣ ନେଇ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ କଡ଼ା ସମାଲୋଚନା କରିଛନ୍ତି । ଉପକୂଳ ରାଜପଥ ନିର୍ମାଣ ସମ୍ପର୍କରେ ନବୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଛନ୍ତି, କେନ୍ଦ୍ର ଚାହୁଁଛି ଲକ୍ଷ ଲକ୍ଷ ଲୋକଙ୍କ ପୁରୁଣା ଘରକୁ ଭାଙ୍ଗି ପୁରୁଣା ରାସ୍ତାକୁ ଚଉଡ଼ା କରିବାକୁ । ଆପଣ କୁହନ୍ତୁ, ଆମେ ଲୋକଙ୍କ ସ୍ୱାର୍ଥ ଦେଖିବା ନା କଣ୍ଟ୍ରାକ୍ଟରଙ୍କର ସ୍ୱାର୍ଥ ?

ପୁରୀ ଲୋକସଭା ଅନ୍ତର୍ଗତ ବାଣପୁରରେ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ନବୀନ କହିଛନ୍ତି, ବିଜେପି ୫ ବର୍ଷ ଶାସନରେ ରହିଲା । କରିଲା କ’ଣ? ଗରିବ ଅଧିକ ଗରିବ ହେଲା । ଏହାହିଁ ବିଜେପିର ସଫଳତା । କେନ୍ଦ୍ରର ବିଜେପି ସରକାର ଚିଲିକାକୁ ବିକିଦେବାକୁ ଚକ୍ରାନ୍ତ କରିଥିଲା । ହଜାର ହଜାର ମତ୍ସ୍ୟଜୀବୀଙ୍କ ଦାନାରେ ଧୂଳି ଦେବାକୁ ଚେଷ୍ଟା କରିଥିଲା । ଆପଣଙ୍କ ବିଜେଡ଼ି ସରକାର ବିଜେପି ସରକାରର ଚକ୍ରାନ୍ତକୁ ରୋକିଛି ।

ଆଜି ରଣପୁରଠାରେ ମଧ୍ୟ ମୁଖ୍ୟମନ୍ତ୍ରୀ ଏକ ନିର୍ବାଚନୀ ସଭାରେ ଭୋଟରମାନଙ୍କୁ ସମ୍ବୋଧିତ କରିଛନ୍ତି । କାଳିଆ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନରେ କେନ୍ଦ୍ର ବାଧକ ସାଜିଛି । ରାଜ୍ୟର ପ୍ରାକୃତିକ ଦୁର୍ବିପାକ ସମୟରେ ଓଡ଼ିଶା ପ୍ରତି କେନ୍ଦ୍ର ଅବହେଳା ପ୍ରଦର୍ଶନ କରିଛି ବୋଲି ନବୀନ ଏହି ସଭାରେ ଅଭିଯୋଗ କରିଛନ୍ତି ।

ଉପକୂଳ ରାଜପଥ ଏ ପର‌୍ୟ୍ୟନ୍ତ ହୋଇ ପାରିଲା ନାହିଁ। କେନ୍ଦ୍ରର ବିଜେପି ସରକାର ଚାହୁଁଛି ଲକ୍ଷ ଲକ୍ଷ ଲୋକଙ୍କ ଘର ଭାଙ୍ଗି ପୁରୁଣା ରାସ୍ତାକୁ ଚଉଡା କରିବ। ଆପଣମାନେ କୁହନ୍ତୁ, ବିଜେପି ଲୋକଙ୍କ ସ୍ଵାର୍ଥ ଦେଖୁଛି ନା କଣ୍ଟ୍ରାକ୍ଟରଙ୍କର ?

 

Leave A Reply

Your email address will not be published.