ଭୁବନେଶ୍ବର: ଅରବିନ୍ଦ ପାଢୀଙ୍କ ପଦୋନ୍ନତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ କୁମାର ପାଢ଼ୀଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ମିଳିଛି । ପଦୋନ୍ନତି ପରେ ମଧ୍ୟ ସେ କୃଷି ବିଭାଗର ପ୍ରମୁଖ ସଚିବ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ଭାବେ କାର୍ଯ୍ୟ ଜାରି ରଖିବେ।
୧୯୯୬ ବ୍ୟାଚର ଏହି ଆଇଏଏସ୍ ଅଫିସରଙ୍କୁ ପେ-ମ୍ୟାଟ୍ରିକ୍ସର ଲେଭଲ-୧୭’ କୁ ପଦୋନ୍ନତି ଦିଆଯାଇଛି।
ସେହିପରି ମନୋଜ ଆହୁଜା ଅବସର ନେବା ପରେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ଅନୁ ଗର୍ଗ ଦାୟିତ୍ବ ନେଇଛନ୍ତି। ୨୦୨୪ରୁ ମୁଖ୍ୟ ଶାସନ ସଚିବ ଥିବା ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ରେ ସରିଛି । ୪୭ ତମ ମୁଖ୍ୟ ଶାସନ ସଚିବ ଭାବେ ଗତକାଲି ଦାୟିତ୍ଵ ନେଇଛନ୍ତି ଅନୁ ଗର୍ଗ । ଅନୁ ଗର୍ଗ ଓଡିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହୋଇଛନ୍ତି ।