Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

ଆଉ ମୀନାକ୍ଷି… ! ପରିଚିତା ବାନ୍ଧବୀର କଣ୍ଠରୁ ଅନର୍ଗଳ ଝରିଯାଉଥିବା ଭିଜା ଭିଜା ଶବ୍ଦର ଭାବସବୁକୁ ସା୍ୱିକ ହୃଦୟ ନେଇ ଶୁଣିଚାଲିଥିଲା । ସ୍କୁଲ ଜୀବନର ଏଇ ପଢ଼ା ସାଙ୍ଗକୁ ସେ ଏବେ ଆଉ ଅବିଶ୍ୱାସ କରୁନଥିଲା । ସମବେଦନାର ସ୍ୱର ନେଇ ପଚାରିଲା ତେବେ ତୋ’ର ବୈବାହିକ ଜୀବନ ସୁଖମୟ ହୋଇପାରି ନଥିଲା ?

– କେବଳ ସାଧାରଣ ସୁଖ ନୁହେଁ ମୀନା, ସୁଖର ପ୍ରାଚୁର୍ଯ୍ୟରେ ମୋର ଅନ୍ତର ବାହାର ପରିପୂର୍ଣ୍ଣ ଥିଲା । ଚନ୍ଦ୍ରଭାନୁଙ୍କ ସହ ପରିଚୟଠାରୁ ପରିତ୍ୟକ୍ତା ହେବା ପର୍ଯ୍ୟନ୍ତ ସୁଖ ଓ ସୋହାଗର ମୁକ୍ତାମୟ ମୁକୁଟକୁ ସେ ମୋ ମଥାରେ ପିନ୍ଧାଇ ଥିଲେ । ତାଙ୍କର ପ୍ରତାରଣାପୂର୍ଣ୍ଣ ବ୍ୟବହାରରେ ଆତ୍ମହରା ହୋଇ ମୁଁ କେବଳ, ଶିଶିରରେ ସନ୍ତରଣ କରିବାକୁ ଲାଗିଲି । ଯାହାର ଅସ୍ତିତ୍ୱ ପରର୍ବୀ ସମୟରେ କିଛି ବି ରହିଲା ନାହିଁ ।

– ହୁଁ…, ଗମ୍ଭୀର କଣ୍ଠରେ ମୀନାକ୍ଷି ପଚାରିଲା- ତେବେ ତୋର ଦାଂପତ୍ୟ ଜୀବନର ସବୁ ଘଟଣା ମୋ ଆଗରେ ବର୍ଣ୍ଣନା କରିବାରେ ତୋ’ର କିଛି ଆପି ଅଛି?

– ନାଁ, ତତେ କହିବାରେ ମୋର କୌଣସି ଦ୍ୱିଧା ନାହିଁ । ଦର୍ପଣ ଆଗରେ ନିଜ ରୂପକୁ ଲୁଚେଇ ହୁଏନି ନା ?

ହସିଲା ମୀନାକ୍ଷି । ସାର୍ଥକ ହସ । ଏତେ ଘାତ ପ୍ରତିଘାତ ସ୍େୱ ସେ ଯେ ବନ୍ଧୁତ୍ୱକୁ ଅବମାନନା କରିନି, ଏଇ କେବଳ ସାର୍ଥକତା । ଉତ୍‌କଣ୍ଠିତା ମୀନାକ୍ଷିକୁ ମଧୁର କଣ୍ଠରେ ବୁଝାଇଲା ପଦ୍ମିନୀ- ଆଜି ନୁହେଁ ଡିଏର୍ ! ଆଉ ଦିନେ କହିବି । ନାରୀ ଜୀବନରେ ଦୁଇଟି ରାସ୍ତା ଥାଏ ନା ? ଏକାଥରକେ ଦୋମୁହାଁଣି ରାସ୍ତାରେ ପାଦଦେଲେ ଯାହା, ଜୀବନର ଦୁଇଟି ଅବସ୍ଥା ସ୍ଖଳିତ କାହାଣୀକୁ ଗୋଟିଏ ସମୟରେ ଶୁଣିବା ଠିକ୍ ସେଇଆ । ମାନେ ଗୋଟିଏ ପରିବେଶର ହସ-ଆହ୍ଲାଦ ସହ ଅନ୍ୟ ପରିବେଶର ଲୁହ ଓ ଦୁଃଖ ଶୁଣି ତୁ ସିଦ୍ଧାନ୍ତରେ ପହଂଚିପାରିବୁନି । କାରଣ ତୁ ମଧ୍ୟ ନାରୀ…. ସେ ଧୈର୍ଯ୍ୟ ତୋର ନାହିଁ । ଆ… ଉଠ… ।

କ୍ରମଶଃ

 

Leave A Reply

Your email address will not be published.