Latest Odisha News

BREAKING NEWS

ବରିଷ୍ଠ ସାମ୍ବାଦିକଙ୍କୁ ଆକ୍ରମଣ

ଭୁବନେଶ୍ବର: ମର୍ଣ୍ଣିଂ ୱାକ୍ କରୁଥିବା ସମୟରେ ବରିଷ୍ଠ ସାମ୍ବାଦିକଙ୍କୁ ଆକ୍ରମଣ, ମୋବାଇଲ ଲୁଟି ନେଲେ ଦୁଇ ଯୁବକ । ଜଣେ ସାମ୍ବାଦିକଙ୍କୁ ସକାଳେ ଦୁଇ ଯୁବକ ଆକ୍ରମଣ କରି ତାଙ୍କଠାରୁ ଛିନତାଇ କରିବା ଘଟଣା ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ମର୍ଣ୍ଣିଂ ୱାକ୍ କରୁଥିବା ସମୟରେ ଦୁଇ ଜଣ ଯୁବକ ସ୍କୁଟିରେ ଆସି ଭୁବନେଶ୍ବରର ଡେଲଟା ଛକ ପାଖରୁ ‘ସମୟ’ର ବରିଷ୍ଠ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି।  ତାଙ୍କଠାରୁ  ଛିନତାଇ କରି ମୋବାଇଲ ଛଡ଼େଇ ନେଇଗଲେ ।

ଦୁଇ ଯୁବକ ତାଙ୍କୁ ଲୁହା ରଡରେ ଆକ୍ରମଣ କରି ଲହୁଲୁହାଣ କରି ମୋବାଇଲ ଛଡ଼େଇ ନେଇ ପଳାଇଥିଲେ। ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜଙ୍କୁ ଲୋକେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।

Leave A Reply

Your email address will not be published.