Latest Odisha News

ହାରିଗଲେ କରୋନା ଯୋଦ୍ଧା ‘ପ୍ରଦୀପ ଘିୱାଲା’…

ଅନୁଗୁଳ: ହାରିଗଲେ ଆଉ ଜଣେ କରୋନା ଯୋଦ୍ଧା ‘ପ୍ରଦୀପ ଘିୱାଲା’ । ରାଜ୍ୟରେ ଆଉ ଜଣେ ସାମ୍ବାଦିକଙ୍କ କରୋନାରେ ମୃତ୍ୟୁ ହୋଇଛି । ‘ବଡ଼ ଖବର’ ଅନୁଗୁଳ ବଇଣ୍ଡାର ପ୍ରତିନିଧି ପ୍ରଦୀପ ଘିୱାଲାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଆଠମଲ୍ଲିକରେ ଜୁନ୍ ୧ରେ ସେ କରୋନା ଟିକା ନେଇଥିଲେ । ତା ପରଠାରୁ ସେ ଅସୁସ୍ଥ ହୋଇପଡିଥିଲେ । ସ୍ୱାସ୍ଥ୍ୟବସ୍ଥା ବିଗିଡିଯିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା  ।

ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡି ଯାଇଥିବା ବେଳେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭେଣ୍ଟିିଲେଟରରେ ରଖାଯାଇ ଚିକିତ୍ସା ଜାରି ରହିଥିଲା । ତେବେ ଆଜି ଅପରାହ୍ନରେ ପ୍ରଦୀପ ସବୁଦିନ ପାଇଁ ଆଖି ବୁଜିଛନ୍ତି ।ପ୍ରଦୀପ ଏବେ ବଡ଼ ଖବରରେ କାର୍ଯ୍ୟରତ ଥିବା ବେଳେ ପୂର୍ବରୁ ବହୁ ଅନୁଷ୍ଠାନ ସହିତ ଜଡିତ ରହିଥିଲେ । ପୂର୍ବରୁ ଧରିତ୍ରୀ ଓ ପ୍ରମେୟ ଭଳି ସଂସ୍ଥାରେ କାମ କରିଥିଲେ । ଜଣେ ଦକ୍ଷ ଓ ନିର୍ଭୀକ ସାମ୍ବାଦିକ ଭାବେ ସେ ବେଶ୍ ପରିଚିତ ଥିଲେ । ନିଜ କର୍ମ ଆଉ କର୍ମକ୍ଷେତ୍ରକୁ ଭଲ ପାଉଥିବା ଜଣେ ନିର୍ଭୀକ ସାମ୍ବାଦିକ ଭାବେ ବେଶ୍ ଜଣାଶୁଣା ଥିଲେ ।

ଅସମୟରେ ତାଙ୍କର ଏହି ବିୟୋଗ ସାମ୍ବାଦିକ ମହଲରେ ଶେକର ଛାୟା ଖେଳାଇ ଦେଇଛି । ଏବେ ତାଙ୍କ ପରିବାରରେ ପତ୍ନୀ ଓ ଏକମାତ୍ର ଝିଅ ଓ ପତ୍ନୀ ରହିଛନ୍ତି । ସାମ୍ବାଦିକ ଜଗତରେ ପ୍ରଦୀପଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି । ଅସମୟରେ ସବୁଦିନ ପାଇଁ ଆଖି ବୁଜିଥିବା ସାମ୍ବାଦିକ ‘ପ୍ରଦୀପ ଘିୱାଲା’ଙ୍କୁ ଶ୍ରଦ୍ଧାଞ୍ଜଳି ।

Leave A Reply

Your email address will not be published.