ପୂର୍ବତନ ସାଂସଦ ଡିପି ତ୍ରିପାଠୀଙ୍କ ପରଲୋକ

ନୂଆଦିଲ୍ଲୀ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି( ଏନସିପି)ର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଡିପି ତ୍ରିପାଠୀଙ୍କ ଗୁରୁବାର ଦିନ ପରଲୋକ ଘଟିଛି।
Senior NCP leader & former MP, DP Tripathi passes away in Delhi after a prolonged illness. pic.twitter.com/Ts0lVRAu5I
— ANI (@ANI) January 2, 2020
ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା ।
ଦୀର୍ଘଦିନ ଧରି ରୋଗାଗ୍ରସ୍ତ ଥିବା ସ୍ବର୍ଗତ ତ୍ରିପାଠୀ ନୂଆଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି।
କଂଗ୍ରେସରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ସ୍ବର୍ଗତ ଡିପି ତ୍ରିପାଠୀ ୧୯୫୨ ମସିହା ନଭେମ୍ବର ୨୯ ତାରିଖରେ ଉତ୍ତର ପ୍ରଦେଶର ସୁଲତାନପୁରରେ ଜନ୍ମ ଗ୍ରହଣ କରିଥିଲେ। ସେ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ ଛାତ୍ର ସଙ୍ଘର ସଭାପତି ମଧ୍ୟ ଥିଲେ।
ଶରଦ ପାୱାରଙ୍କ ଏନସିପିରେ ଯୋଗ ଦେବାପରେ ୨୦୧୨ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।
ସ୍ବର୍ଗତ ତ୍ରିପାଠୀଙ୍କ ବିୟୋଗରେ ବହୁ ରାଜନେତା ଶୋକ ପ୍ରକାଶ କରିଛନ୍ତି।
Comments are closed.