Latest Odisha News

BREAKING NEWS

ଆଘାତ ଜନିତ କାରଣରୁ ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ସୁନୀତା ଲାକ୍ରା

ଭୁବନେଶ୍ୱର: ପ୍ରଖ୍ୟାତ ଓଡ଼ିଆ ମହିଳା ହକି ଖେଳାଳି ସୁନୀତା ଲାକ୍ରା ଅନ୍ତର୍ଜାତୀୟ ହକି ଖେଳରୁ ଅବସର ଘୋଷଣା କରିଛନ୍ତି । ଦୀର୍ଘଦିନ ଧରି ସୁନୀତାଙ୍କର ଆଘାତ ଜନିତ ସମସ୍ୟା ଯୋଗୁଁ ସେ ହକି ଖେଳରୁ ଅବ୍ୟାହତି ନେଇଛନ୍ତି ବୋଲି ଏକ ବିଜ୍ଞପ୍ତି ମାଧ୍ୟମରେ ହକି ଇଣ୍ଡିଆ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଏହି ୨୮ ବର୍ଷୀୟ ମହିଳା ଭାରତୀୟ ଖେଳାଳି ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ଦୀର୍ଘଦିନ ଧରି ସେ ଆଘାତ ଜନିତ ସମସ୍ୟା ଯୋଗୁଁ ତାଙ୍କ ଅନ୍ୟ ଆଣ୍ଠୁରେ ଅସ୍ତ୍ରୋପଚାର କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । “ସମ୍ପୂର୍ଣ୍ଣ ରୂପେ ସ୍ୁସ୍ଥତା ଲାଭ କରିବାକୁ ଅନେକ ଦିନ ଲାଗିବ,” ବୋଲି ସୁନୀତା କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ନାଲକୋ ଲାଗି ଖେଳିବା ସହିତ ଘରୋଇ ହକି ଜାରି ରଖିବେ ।

୨୦୧୬ରେ ଅନୁଷ୍ଠିତ ରିଓ ଅଲିମ୍ପିକ ଖେଳିଥିବାରୁ ସେ ଅତ୍ୟନ୍ତ ଭାଗ୍ୟଶାଳୀ ବୋଲି କହିଛନ୍ତି । ଗତ ତିନି ଦଶନ୍ଧି ଧରି ସୁନୀତା ଭାରତୀୟ ଜାତୀୟ ମହିଳା ହକି ଦଳର ପ୍ରତିନିଧିତ୍ୱ କରୁଛନ୍ତି । ତେବେ ଟୋକିଓ ଅଲିମ୍ପିକ୍ସ ଲାଗି ସେ ଏବେ ପ୍ରସ୍ତୁତି ଓ ତାଲିମ ନେଉଥିବା ବେଳେ ଆଘାତ ଜନିତ ସମସ୍ୟା ବାଧା ସୃଷ୍ଟି କରିଛି ।

ସୁନୀତା ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ରାଜଗାଙ୍ଗପୁର ଅଞ୍ଚଳର ବାସିନ୍ଦା । ସେ ୨୦୦୮ ରୁ ଜାତୀୟ ଦଳର ସଦସ୍ୟ ଭାବେ ଅନ୍ତର୍ଜାତୀୟ ହକି ଖେଳିଛନ୍ତି । ସୁନୀତା ୨୦୦୮ରେ ଅନୁଷ୍ଠିତ ଏସିଆନ ଚମ୍ପିଆନସିପରେ ଭାରତୀୟ ହକି ଦଳର ଅଧିନାୟିକା ଭାବେ ରୌପ୍ୟ ପଦକ ହାସଲ କରିପାରିଥିଲେ । ସୁନୀତା ଭାରତ ଲାଗି ୧୩୯ଟି ମ୍ୟାଚ ଖେଳିଛନ୍ତି । ସେ ଭାରତୀୟ ଦଳରେ ପ୍ରତିନିଧିତ୍ୱ କରୁଥିବା ସମୟରେ ଏସିଆନ ଗେମ୍ସରେ ଭାରତୀୟ ଦଳ କାଂସ ପଦକ ବିଜେତା ହୋଇଥିଲା ।

Leave A Reply

Your email address will not be published.