Latest Odisha News

BREAKING NEWS

ଆରପାରିରେ ବରିଷ୍ଠ ଓକିଲ ସଚ୍ଚିତାନନ୍ଦ ମହାନ୍ତି

କେନ୍ଦ୍ରାପଡା : ପରଲୋକରେ ବରିଷ୍ଠ ଓକିଲ ସଚ୍ଚିତାନନ୍ଦ ମହାନ୍ତି । ୯୩ ବର୍ଷ ବୟସରରେ କେନ୍ଦ୍ରାପଡା ସ୍ଥିତ ବାସଭବନରେ ଶୁକ୍ରବାର ତାଙ୍କର ଦେହାନ୍ତ ହୋଇଛି । ବାର୍ଦ୍ଧକ୍ୟଜନିତ କରାଣରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି । ଶ୍ରୀ ମହାନ୍ତି ପରିବାରରେ ତିନି ପୁଅ ଓ ଦୁଇ ଝିଅ ଅଛନ୍ତି । ପୁରୀ ବେଳାଭୂମିରେ ସଚ୍ଚିଦାନନ୍ଦଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ମହାନ୍ତିଙ୍କ ସାନପୁଅ ବିଶ୍ୱଦାସ ମହାନ୍ତି ବାପାଙ୍କୁ ମୁଖାଗ୍ନୀ ଦେଇଥିଲେ । ପୁରୀ ନେବା ପୂବର୍ରୁ ତାଙ୍କ ମୃତ ଦେହକୁ କେନ୍ଦ୍ରାପଡା ବାର୍ , ଲାଇବ୍ରେରୀ ଓ କେନ୍ଦ୍ରାପଡା କଲେଜକୁ ନିଆଯାଇଥିଲା ।

ସେ ପୂର୍ବରୁ ଡିଷ୍ଟିଟ ଲୟର ଆସୋସିଏସନ୍ର ସଭାପତି ଭାବେ ୬୦ ବର୍ଷରୁ ଅଧିକ ସମୟ ହେବ ରହିଥିଲେ । ଏନେଇ ଶୁକ୍ରବାର ଦିନ ଜିଲ୍ଲା କୋର୍ଟଙ୍କୁ ବନ୍ଦ କରାଯାଇଥିଲା । ମହାନ୍ତିଙ୍କ ଶେଷ ଦର୍ଶନ କରିବା ପାଇଁ ବିଭିନ୍ନ ଆଇନଜୀବୀ ତାଙ୍କ ବାସ ଭବନକୁ ଯାଇଥିଲେ । ଶ୍ରୀ ମହାନ୍ତିଙ୍କ ସିଭିଲ ,କ୍ରିମିନାଲ ଆଦି ଅନେକ କ୍ଷେତ୍ରରେ ଗଭୀର ଅଭିଜ୍ଞତା ଥିଲା ।୧୯୮୭ ମସିହାରେ କେନ୍ଦ୍ରାପଡା ଠାରେ ସ୍ଥାପିତ ହୋଇଥିବା ୧୨୪ ବର୍ଷ ପୂରୁଣା ଡାଇମଣ୍ଡ ଜୁବୁଲି ପବ୍ଲିକ ଲାଇବ୍ରେରୀର ସେ ସଭାପତି ଥିଲେ ।ସେ ସ୍ନୋକର ଗେମ୍ ବା ଟେବୁଲ ଟେନିସ ଖେଳିବାରେ ପାରଙ୍ଗମ ଥିଲେ ଜିଲ୍ଲା ଏବଂ ରାଜ୍ୟରେ ।

ଯୁବଲି ଲାଇବ୍ରେରୀରେ ଏକ ବିଲିୟର୍ଡ ଟେବୁଲ ସ୍ଥାପନ କରିଥିଲେ । ଶ୍ରୀ ମହାନ୍ତି ଦୀର୍ଘଦିନ ଧରି ଓଡିଶାର ଅଗ୍ରଣୀ ସ୍ୱୟଂ ଶାଶିତ କେନ୍ଦ୍ରାପଡା କଲେଜରେ ଶାଶକ ଦଳ ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ଅନ୍ୟପଟେ ଶ୍ରୀ ସଚ୍ଚିଦାନନ୍ଦ ମହାନ୍ତିଙ୍କ ସାନ ଭଉଣୀ ବିଶିଷ୍ଟ ଲେଖିକା ବିଣାପାଣୀ ମହାନ୍ତି ପଦ୍ମ ପୁରଷ୍କାର ପାଇଛନ୍ତି । ତାଙ୍କର ବିୟୋଗ ଖବର ଶୁଣି ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେର, କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା , ରାଜନଗର ଏମ୍ଏଲଏ ଧ୍ରୁବ ଚରଣ ସାହୁ , ଜିଲ୍ଲା ଜଜ୍ ଗୋପାଳ ଚରଣ ବେହେରା ପ୍ରମୁଖ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

Comments are closed.