Latest Odisha News

BREAKING NEWS

ପାଦ ଥୋଉ ଥୋଉ ଡ୍ରିମଗାର୍ଲଙ୍କ ରଣହୁଙ୍କାର, ‘ବିଜେଡି ସରକାର ବଦଳିବା ଦରକାର’

ଭୁବନେଶ୍ବର: ଭୁବନେଶ୍ବରରେ ପାଦ ଥାପୁ ଥାପୁ ସିଧା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଡ୍ରିମଗାର୍ଲ ହେମାମାଳୀନି । ସେ କହିଛନ୍ତି, ‘ଓଡିଶାରେ ୨୫ ବର୍ଷର ବିଜେଡି ସରକାର ବଦଳିବା ଦରକାର । ବିମାନବନ୍ଦରରୁ ବାହାରି ମିଡିଆକୁ ନିଜର ପ୍ରତିକ୍ରିୟା ଦେଇ ସେ କହିଛନ୍ତି ରାଜ୍ୟର ୨୫ ବର୍ଷର ସରକାର ପରିବର୍ତ୍ତନ ହେବାର ସମୟ ଆସିଛି । ଓଡିଶାରେ ବର୍ତ୍ତମାନ ସୁଦ୍ଧା ବିକାଶ ହୋଇନାହିଁ । ଓଡିଶା ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ଦରକାର ।  ମୋଦୀଙ୍କ କାର୍ଯ୍ୟରେ ଦେଶବାସୀ ଖୁସି ଅଛନ୍ତି । ଏଠି ଏଥର ବିଜେପି ସରକାର ଗଢିବ । ମୋଦୀଙ୍କ ଡାକରାରେ ୪୦୦ ପାର ହେବାକୁ ଯାଉଛି । ଦେଶରେ ବହୁତ ଭଲ କାମ ହେଉଛି, ଏଠି ବି ମିଳିବା ଦରକାର । ଦେଶରେ ମୋଦୀଙ୍କ ଉପଲବ୍ଧି ଓଡିଶାରେ ଦେଖିବାକୁ ମିଳୁନାହିଁ ।’

ଓଡ଼ିଶା ଗସ୍ତରେ ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ମଥୁରା ସାସଂଦ ହେମା ମାଳିନୀ। ସାଲିଆ ସାହିରେ ଆର୍ଶୀବାଦ ସମାବେଶରେ ଯୋଗ ଦେବେ । ଏହା ପରେ ଭୁବନେଶ୍ୱର ଉତ୍ତର ଓ କଟକ କିଶନ ନଗରରେ ସଭା କରିବେ। ଆହୁରି ମଧ୍ୟ ପିପିଲିରେ ରୋଡ଼ ଶୋ’ କରି ନିଜର ଦଳୀୟ ନେତାଙ୍କ ପାଇଁ ଭୋଟ ଅପିଲ କରିବେ ।

ପାଖାପାଖି୧୧ଟା ବେଳେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛନ୍ତି ହେମା। ସେଠାରୁ ବାହାରି ସେ ଭୁବନେଶ୍ୱର ସାଲିଆ ସାହିରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଭୋଟ୍ ଭିକ୍ଷା କରିବା ପରେ ହେଲିକପ୍ଟର ଯୋଗେ କଟକ ପହଞ୍ଚିବେ। ମଧ୍ୟାହ୍ନ ୧ଟା ୧୦ରେ କଟକ କିଶୋର ନଗରରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେଠାରେ ପ୍ରଚାର ସାରିବା ପରେ ପିପିଲି ଯିବେ ଡ୍ରିମ୍ ଗର୍ଲ। ଅପରାହ୍ନ ୪ଟାରେ ପିପିଲି ରୋଡ୍ ସୋ ରେ ଯୋଗଦେବେ। ଏହାପରେ ସନ୍ଧ୍ୟା ୫ଟାରେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିବେ ହେମାମାଳିନୀ।

ସେହିପରି ଆଜି ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ଷ୍ଟାର କ୍ୟାମ୍ପେନର କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ପ୍ରମୁଖ। ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.