Latest Odisha News

କାଲି ଆସିବ ସେପ୍ଟେମ୍ବର ଗାଇଡଲାଇନ୍

ଭୁବନେଶ୍ବର : ରାଜ୍ୟରେ କମୁଛି କରୋନା ସଂକ୍ରମଣ । ମାମଲା ହ୍ରାସ ପାଇବା ସହ ସ୍ଥିତିରେ ବି ସୁଧାର ଆସୁଛି । ଧିରେ ଧିରେ ସଂକ୍ରମଣ ହ୍ରାସ ପାଉଥିବା ବେଳେ, ଆସନ୍ତାକାଲି ଆସିବ ନୂଆ ଗାଇଡଲାଇନ୍ । ସେପ୍ଟେମ୍ବରରେ କଣ ହେବ କୋହଳ, କଣ ରହିବ କଟକଣା, ସେନେଇ ଘୋଷଣା କରିବେ ରାଜ୍ୟ ସରକାର । ଆଗକୁ ସମ୍ଭାବ୍ୟ ତୃତୀୟ ଲହର ଆସିବାର ସମ୍ଭାବନା ଥିବାରୁ ସଂପୂର୍ଣ୍ଣ ଅନଲକ ବଦଳରେ କଟକଣାକୁ ଆଉ ସାମାନ୍ୟ କୋହଳ କରିପାରନ୍ତି ସରକାର ।

ପୂର୍ବରୁ କଟକ, ଭୁବନେଶ୍ବର ଓ ପୁରୀରେ ସପ୍ତାହାନ୍ତ ସଟଡାଉନ୍ ବଳବତ୍ତର ରହିଥିଲା । ହେଲେ ସେପ୍ଟେମ୍ବର ଗାଇଡଲାଇନରେ ଏହି ୩ ସହରରୁ ସପ୍ତାହାନ୍ତ ସଟଡାଉନ ଉଠିପାରେ । ସେହିପରି ରାଜ୍ୟରେ ସକାଳ ୬ଟାରୁ ରାତି ୮ଟା ଯାଏଁ ଦୋକାନ ଖୋଲା ରହିବା ନିଷ୍ପତ୍ତିରେ ମଧ୍ୟ ପରିବର୍ତ୍ତିନ ହୋଇପାରେ । ଏଣିକି ଦୋକାନ ରାତି ୯ଟା କିମ୍ବା ୧୦ ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦେଇପାରନ୍ତି ସରକାର । ଏହାଛଡା ଧାର୍ମିକ, ରାଜନୈତିକ ସମାବେଶ ଉପରେ ପୂର୍ବଭଳି କଟକଣା ବଳବତ୍ତର ରହିପାରେ । ସଂକ୍ରମଣ ହ୍ରାସ ପାଉଥିବାରୁ ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟା ପାଇଁ ଜାରି ହୋଇଥିବା ନିୟମରେ ମଧ୍ୟରେ ସାମାନ୍ୟ ପରିବର୍ତ୍ତନ କରାଯାଇପାରେ ।

ଆଗକୁ ପାର୍ବଣ ଆସୁଥିବାରୁ ଏହା ପାଇଁ ମଧ୍ୟ କିଛିଟା ଗାଇଡଲାଇନ୍ ଜାରି କରାଯାଇପାରେ । ପ୍ରତିଦିନ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଆଶ୍ବସ୍ତି ଅନୁଭବ କରୁଛନ୍ତି ରାଜ୍ୟବାସୀ । ତେବେ ପ୍ରଥମ ଥର ପାଇଁ ଆଜି ଟିପିଆର ୧ ପ୍ରତିଶତ ତଳକୁ ହ୍ରାସ ପାଇଛି । ଯାହାକି ରାଜ୍ୟ ପାଇଁ ଏକ ଭଲ ଖବର ।

Comments are closed.