ନ୍ୟୁୟର୍କ: ଟେନିସକୁ ଅଲବିଦା କହିବାକୁ ଯାଉଛନ୍ତି ବିଶ୍ୱର ମହାନ ମହିଳା ଟେନିସ ଖେଳାଳି ସେରେନା ୱିଲିୟମ୍ସ । ଆମେରିକାର ଏହି ୪୦ ବର୍ଷୀୟା ଷ୍ଟାର ଖେଳାଳି ୟୁଏସ ଓପନ ପରେ ଟେନିସରୁ ଅବସର ନେବେ ବୋଲି ପ୍ରଶଂସକଙ୍କୁ ଜଣାଇଛନ୍ତି । ଅଗଷ୍ଟ ୨୯ରୁ ୟୁଏସ ଓପନ ଆରମ୍ଭ ହେବ । ଭୋଗ୍ୟୁ ପତ୍ରିକାରେ ସେପ୍ଟେମ୍ବର ସଂସ୍କରଣରେ ସେ ଏ ସମ୍ପର୍କରେ କହିଛନ୍ତି । ୨୩ ଥର ଗ୍ରାଣ୍ଡସ୍ଲାମ ଜିତିଥିବା ଏହି ଖେଳାଳି ଏବେ ପରିବାର ପ୍ରତି ଅଧିକ ସମୟ ଦେବାକୁ ଚାହୁଁଥିବା ସ୍ପଷ୍ଟ କରିଛନ୍ତି । ୬ଥର ୟୁଏସ ଓପନ ଜିତି ସେ କ୍ରିସ ଏଭର୍ଟଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି । ଓଭରାଲ ସେ ୟୁଏସ ଓପନରେ ୧୦୬ ମ୍ୟାଚ ଜିତିଥିବା ବେଳେ ୧୪ରେ ପରାଜୟବରଣ କରିଛନ୍ତି । ଟେନିସରୁ ଅବସର ନେବା କଥା ମୁଁ କେବେ ଚିନ୍ତା କରି ନ ଥିଲି ମାତ୍ର ଏବେ ଏହାର କାଂଉଟ ଡାଉନ ଆରମ୍ଭ ହୋଇଯାଇଛି ।
BREAKING NEWS
- Gold Silver Price: ପୁଣି ରେକର୍ଡ କଲା ସୁନା-ରୂପା ଦର, ଜାଣନ୍ତୁ ଆଜି କେତେ ରହିଛି…
- ରାୟଗଡ଼ାରେ ସଡକ ଦୁର୍ଘଟଣାରେ ୨ ଭାଇଙ୍କ ମୃତ୍ୟୁ
- ସୋସିଆଲ ମିଡିଆରୁ ଦୂରେଇଲେ ଅରବିନ୍ଦ ପାଢ଼ୀ, ‘X’ ଛାଡ଼ିବା ନେଇ ଦେଲେ ଗୁରୁତ୍ୱପୂର୍ଣ୍ଣ ସୂଚନା
- ଏଥର କୋହଲିଙ୍କ ନଜର ଜୟସୂରିୟାଙ୍କ ରେକର୍ଡ ଉପରେ
- ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନରେ ସମ୍ମାନୀତ ହେବେ ନୃସିଂହ ଚରଣ ଷଡ଼ଙ୍ଗୀ
- ସିବିଆଇ ଅଫିସରେ ଥାଲାପତି ବିଜୟ…
- ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ପଡ଼ିବ ଭିତ୍ତିପ୍ରସ୍ତର
- ଭାରତ-ବାଂଲାଦେଶ ବିବାଦରେ ପାକିସ୍ତାନର ଏଂଟ୍ରି
- Vande Mataram: ସମସ୍ତ ଶିକ୍ଷାନୁଷ୍ଠାନରେ ସାମୂହିକ ବନ୍ଦେ ମାତରମ୍ ଗାନ କଲେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ
- ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ବାକିତକ ମ୍ୟାଚରୁ ଓହରିଲେ ୱାଶିଂଟନ ସୁନ୍ଦର
Comments are closed.