Latest Odisha News

BREAKING NEWS

କ୍ରିକେଟର ଲୋକପ୍ରିୟ ଅମ୍ପାୟର ରୁଡି କର୍ଟଜନଙ୍କ ପରଲୋକ

ଡର୍ବାନ: ଦକ୍ଷିଣ ଆଫ୍ରିକାର ଲୋକପ୍ରିୟ କ୍ରିକେଟ ଅମ୍ପାୟର ରୁଡି କର୍ଟଜନଙ୍କ ଆଜି ପରଲୋକ ହୋଇଯାଇଛି । ୭୩ ବର୍ଷୀୟ ରୁଡିଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଜଣାପଡିଛି । ତାଙ୍କ ପୁଅ ଏ ସମ୍ପର୍କରେ ଗଣମାଧ୍ୟମକୁ ଜଣାଇଥିଲେ । ରୁଡିଙ୍କ ସମେତ ଅନ୍ୟ ୩ଜଣଙ୍କର ମଧ୍ୟ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଗଲ୍ଫ ଟୁର୍ଣ୍ଣାମେଂଟରେ ଯୋଗ ଦେବା ପରେ ଫେରୁଥିବା ଅବସ୍ଥାରେ ଏହି ଦୁଃଖଦ ଘଟଣା ଘଟିଥିଲା । ୧୯୮୧ରେ ସେ ଅମ୍ପାୟରିଂ କ୍ୟାରିୟର ଆରମ୍ଭ କରିଥିଲା । ୧୯୯୨ରେ ଆଇସିସି ତାଙ୍କୁ ପୂଣ୍ଣକାଳୀନ ଅମ୍ପାୟର ଭାବେ ନିଯୁକ୍ତି ଦେଇଥିଲା । ୧୦୦ ଟେଷ୍ଟ ଏବଂ ୨୦୦ ଦିନିକିଆରେ ସେ ଅମ୍ପାୟରିଂ କରିଛନ୍ତି । ୨୦୧୦ରେ ସେ ଏଥିରୁ ଅବସର ନେଇଥିଲେ । ତାଙ୍କ ମୃତ୍ୟୁରେ କ୍ରିକେଟର ମହାନ ଖେଳାଳିମାନେ ଶୋକ ବ୍ୟକ୍ତ କରିଛନ୍ତି । ୨୦୦୩ ଓ ୨୦୦୭ ବିଶ୍ୱକପରେ ସେ ଥାର୍ଡ ଅମ୍ପାୟର ଦାୟିତ୍ୱ ସୂଚାରୁରୂପେ ତୁଲାଇଥିଲେ ।

Leave A Reply

Your email address will not be published.