Latest Odisha News

BREAKING NEWS

୭୦ ବର୍ଷରେ ମାଆ ହେଲେ ଚନ୍ଦ୍ରାବତୀ

ଅଲଭର: ବିଶ୍ୱାସ ନ ହେଲେ ବି ସତ୍ୟ । ଅତ୍ୟାଧୂନିକ ଚିକିତ୍ସା ବ୍ୟବସ୍ଥା ଏବଂ ବିଶ୍ୱାସ ବଳରେ ରାଜସ୍ଥାନର ଚନ୍ଦ୍ରାବତୀ ୭୦ ବର୍ଷ ବୟସରେ ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଗୋପୀଚାନ୍ଦ (୭୫ ବର୍ଷ)ଏବଂ ଚନ୍ଦ୍ରାବତୀ ୫୪ ବର୍ଷ ତଳେ ବିବାହ କରିଥିଲେ । ଗୋପୀଚାନ୍ଦ ଜଣେ ପୂର୍ବତନ ସୈନିକ ଥିଲେ ଏବଂ ବାଂଲାଦେଶ ଯୁଦ୍ଧ ସମୟରେ ତାଙ୍କ ଗୋଡରେ ଗୁଳି ବାଜିଥିଲା । ସମସ୍ତ ଉଦ୍ୟମ ସତ୍ୱେ ସେମାନେ ସନ୍ତାନ ସୁଖ ପାଇପାରି ନ ଥିଲେ । ଶେଷରେ ଡାକ୍ତର ପଙ୍କଜ ଗୁପ୍ତାଙ୍କ ପରାମର୍ଶରେ ସେମାନେ ଆଇଭିଏଫ ମାଧ୍ୟମରେ ଉଦ୍ୟମ କରିଥିଲେ । ଭଗବାନ ସେମାନଙ୍କ ଡାକ ଶୁଣିଥିଲେ ଏବଂ ଶେଷରେ ଚନ୍ଦ୍ରାବତୀ ମାଆ ହୋଇଥିଲେ । ଗୋପୀଚାନ୍ଦ ମଧ୍ୟ ବଂଶ ରକ୍ଷା ହେଇଯିବା ନେଇ ବେଶ ଖୁସି ଥିଲେ କାରଣ ସେ ତାଙ୍କ ବାପା ମାଆଙ୍କର ଏକମାତ୍ର ସନ୍ତାନ ଥିଲେ । ମାଆ ଏବଂ ଶିଶୁ ସୁସ୍ଥ ଥିବା ଡାକ୍ତର କହିଛନ୍ତି ।

Leave A Reply

Your email address will not be published.