9ସେ କୋଠରୀରୁ ବାହାରି ଆସିବା ପରେ ଭାଉଜ ତା’ ମୁହଁକୁ ତୋଳିଧରି ପରିହାସ କଲେ- କିହୋ ରାଜଜେମା, ଦେଖା ପଡ଼ିବା ପାଇଁ ହଜାରେ ବାହାନା ଦେଖାଉଥିଲ; ଅଥଚ ଏତେ ସମୟଧରି ତାଙ୍କ ସହ କି କି କଥା ହେଉଥିଲ ? ତାଙ୍କ ଆଡ଼ୁ ତ ସେ ଆଗରୁ ହଁ କରି ସାରିଛନ୍ତି । ତମର ପସନ୍ଦ ହେଲାଟି ?
– ଏଁ…ଏଁ ଛେନାଗୁଡ଼ ପସନ୍ଦ…
ଖତେଇ ହୋଇ ସେ ସିଧା ବାଥ୍ରୁମ୍ ଭିତରକୁ ଚାଲିଯାଇଥିଲା । ଗାଧୁଆ ଘର କାନ୍ଥରେ ଲାଗିଥିବା ଦର୍ପଣରେ ନିଜର ପ୍ରତିବିମ୍ବକୁ ଦେଖି ସେ ସଙ୍କୁଚିତ ହୋଇଗଲା । ଯଦିଚ ଆଜିଯାଏ ତାକୁ କେହି ଅସୁନ୍ଦରୀ କହି ନାହାନ୍ତି; ତଥାପି ଚନ୍ଦ୍ରଭାନୁଙ୍କ ରୂପ ନିକଟରେ ସେ କେତେ ନ୍ୟୁନ ? ସେ ତାକୁ କେମିତି
ପସନ୍ଦ କଲେ ? ହୋଇପାରେ ଏ ନିୟତିର ନିର୍ଦ୍ଦେଶ । ବର-କନ୍ୟାଙ୍କ ସମ୍ପର୍କ କାଳେ ସ୍ୱର୍ଗରେ ସ୍ଥିର ହୋଇଥାଏ । ଏଠି ଖାଲି ଯାହା ବିବାହ ଅନଷ୍ଠିତ ହୁଏ ।
ଅନେକ ସମୟ ଧରି ବନ୍ଦ ବାଥ୍ ରୁମ୍ ଭିତରେ ବହୁ ଅନାବନା ଭାବନା ସହ ପଦ୍ମିନୀ ଗଭୀରରୁ ଗଭୀର ଭିତରକୁ ବୁଡ଼ି ବୁଡ଼ି ଯାଉଥିଲା ।
ଏତେ ସମୟ ଧରି ବନ୍ଦ କୋଠରୀରେ କି କି ଭାବନା ସହ ସେ ଅଛି- ଏ କଥା ଘରଲୋକ ଜାଣିଲେ, କ’ଣ ଭାବିବେ ? ସମସ୍ତଙ୍କଠାରୁ ତା’ର ବେଶୀ ଡ଼ର ଭାଉଜଙ୍କୁ । ଆଜିଠୁ ସେ ତାଙ୍କ ସାମନାରେ କେମିତି ରହିପାରିବ-ମନେମନେ ଲାଜେଇ ଗଲା ସେ ।
ହଠାତ୍ ଦରଜାରେ ଠକ୍ ଠକ୍ ଶବ୍ଦ ଶୁଣି ତା’ର ହୃତ୍ସ୍ପନ୍ଦନ ତୀବ୍ରତର ହେବାକୁ ଲାଗିଲା । କିଏ ହୋଇପାରେ ?
ବାପା କି ବୋଉ କେହି ନୁହନ୍ତି ତ ? ସାନଭାଇ ଯଦି ହେଇଥିବ ? ଛାଡ଼… ।
ମୁହୁର୍ମୁହୁ ସେଇ ଶବ୍ଦ । ଠକ୍…ଠକ୍…ଠକ୍ ।
– କବାଟ ଖୋଲ ମିନୀ… ଦିନରେ ଏତେ ସ୍ୱପ୍ନ କେହି ଦେଖନ୍ତିନି । ରାତିରେ ପୁଣି ଅନିଦ୍ରା ହେବାକୁ ପଡ଼ିବ… ।
– ନାଁ… ମୁଁ ଖୋଲିବିନି ।
– ଆରେ, ବାବା ପରା ଡାକୁଛନ୍ତି । ଅବାଧ୍ୟ ହୁଅନି । ଅଗତ୍ୟା ପଦ୍ମିନୀ ଦରଜା ଖୋଲିଲା ।
Comments are closed.