Latest Odisha News

ଚନ୍ଦନପୁର ନିକଟରେ ସିରିଜ ଦୁର୍ଘଟଣା: ୧୫ରୁ ଉର୍ଦ୍ଧ୍ବ ଆହତ

ପୁରୀ: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଚନ୍ଦନପୁର ନିକଟ ସମଯାଜପୁର ଓଭରବ୍ରିଜ୍ ଉପରେ ସିରିଜ ଦୁର୍ଘଟଣା । ଏକ ବାଲି ବୋଝେଇ ଟିପର୍ ର ଚକା ଫାଟିଯିବାରୁ ତାହା ମରାମତି ପାଇଁ ରାସ୍ତା ପାର୍ଶ୍ଵରେ ଠିଆ ହୋଇଥିଲା । ଏପଟେ ୩୫ରୁ ଅଧିକ ଯାତ୍ରୀଙ୍କୁ ନେଇ ଆସୁଥିବା ମୋ ବସ୍ ପଛପଟୁ ପ୍ରଥମେ ଟିପର୍ କୁ ଧକ୍କା ଦେଇଥିଲା । ଏହା ପଛରେ ଥିବା ଏକ ଯାତ୍ରୀବାହୀ ଓ୍ବିଙ୍ଗର ଗାଡି ମୋ ବସ୍ କୁ ଧକ୍କା ଦେଇଥିଲା ।

ଫଳରେ ମୋ ବସ୍ ରେ ଥିବା ୧୫ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କ ସହ ୱଇଙ୍ଗର୍ ରେ ଥିବା ଗୋରଖପୁର ଓ ଟାଟା ଅଞ୍ଚଳର ଛଅ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ଜଣାପଡିଛି । ଖବର ପାଇ ଆମ୍ବୁଲାନ୍ସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ସମସ୍ତ ଆହତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସିରିଜ୍ ଦୁର୍ଘଟଣା ଯୋଗୁଁ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।  ଖବର ପାଇ ଘଟଣାସ୍ଥଳରେ ଚନ୍ଦନପୁର ଓ ସଦର ଥାନା ପୋଲିସ ପହଞ୍ଚିଥିଲା ଓ ତଦନ୍ତ ଆରମ୍ଭ କରିଛନ୍ତି ।

Comments are closed.