ମେଲବୋର୍ଣ୍ଣ: ଆମେରିକାର ଟେନିସ ଖେଳାଳି ମ୍ୟାଡିସନ କିଜ ଅଷ୍ଟ୍ରେଲିଆନ ଓପନ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେ ବିଶ୍ୱର ଏକ ନମ୍ବର ଖେଳାଳି ଆରିନା ସେବଲେଙ୍କାଙ୍କୁ ୩-୬, ୬-୨ ଓ ୫-୭ ସେଟରେ ପରାସ୍ତ କରିଥିଲେ । ସେବଲେଙ୍କାଙ୍କ ତୃତୀୟ ଥର ଟାଇଟଲ ଜିତିବା ଆଶା ଧୂଳିସାତ ହୋଇଛି । ଏଥର ଚାମ୍ପିୟନ ହୋଇଥିଲେ ସେ ମାର୍ଟିନା ହିଙ୍ଗିସଙ୍କ ପରେ ପ୍ରଥମ ଖେଳାଳି ଭାବେ କ୍ରମାଗତ ତୃତୀୟ ଥର ଅଷ୍ଟ୍ରେଲିଆନ ଓପନ ଟାଇଟଲ ହାସଲ କରିଥାନ୍ତେ । ପ୍ରଥମ ସେଟରେ ମ୍ୟାଡିସନ ଜିତିବା ପରେ ସେବଲେଙ୍କା ଦ୍ୱିତୀୟ ସେଟକୁ ଜିତି ମ୍ୟାଚରେ ରୋମାଂଚ ଭରିଥିଲେ ।
ନିର୍ଣ୍ଣାୟକ ତୃତୀୟ ସେଟରେ ମ୍ୟାଡିସନ ବାଜି ମାରିବା ସହ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ୨୦୧୭ ୟୁଏସ ଓପନ ଫାଇନାଲରେ କିଜ ପ୍ରବେଶ କରିଥିଲେ ମଧ୍ୟ ଚାମ୍ପିୟନ ହୋଇପାରି ନ ଥିଲେ । ଦୀର୍ଘ ଦିନ ପରେ ସେ ତାଙ୍କ ସ୍ୱପ୍ନ ସାକାର କରିବାରେ ସଫଳ ହୋଇଛନ୍ତି । ଚଳିତ ଅଷ୍ଟ୍ରେଲିଆନ ଓପନରେ ପୁରୁଷ ସିଙ୍ଗଲ୍ସ ଫାଇନାଲ ରବିବାର ୟାନିକ ସିନର ଓ ଆଲେକଜାଣ୍ଡର ଜ୍ୟେରେଭଙ୍କ ମଧ୍ୟରେ ଖେଳାଯିବ । ସେମିଫାଇନାଲରୁ ନୋଭାକ ଜୋକୋଭିଚ ଓହରିଯିବାରୁ ଜ୍ୟେରେଭ ସହଜରେ ଫାଇନାଲରେ ପ୍ରବେଶ କରିଥିଲେ ।
Comments are closed.