Latest Odisha News

BREAKING NEWS

ନୋଭାଭାକ୍ସ ଟିକା ଉତ୍ପାଦନ ଆରମ୍ଭ କଲା ସେରମ୍‌

ନୂଆଦିଲ୍ଲୀ: ନୋଭାଭାକ୍ସର ପ୍ରଥମ ବ୍ୟାଚ୍ କୋଭିଡ୍ ଟିକା ଉତ୍ପାଦନ ଆରମ୍ଭ କରିଛି ସେରମ୍‌। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସିଇଓ ଆଦର ପୁନାୱାଲା ଏକ ଟ୍ୱିଟ୍‌ରେ କହିଛନ୍ତି ଯେ ନୋଭାଭାକ୍ସ ଟିକା “ଆମର ଆଗାମୀ ପିଢିଙ୍କ ଲାଗି ଅଧିକ ଲାଭଦାୟକ ହୋଇପାରେ।

ବିଶେଷ କରି ୧୮ ବର୍ଷରୁ କମ୍ ବୟସ୍କଙ୍କୁ ଏହା ସୁରକ୍ଷା ଦେଇପାରେ।” ଆମେରିକାର ନୋଭାଭାକ୍ସ ଇଙ୍କ୍‌ ସହିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଚୁକ୍ତି କରିଛି।

ନୋଭାଭାକ୍ସର ଟିକା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣରେ ୯୦.୪ ପ୍ରତିଶତ ଫଳପ୍ରଦ ହୋଇଥିଲା। ଯୁକ୍ତରାଷ୍ଟ୍ର ଏବଂ ୟୁରୋପୀୟ ଦେଶମାନଙ୍କରେ ବ୍ୟବହୃତ ହେଉଥିବା ଦୁଇଟି ଆଗଧାଡିର ଟିକା ସହିତ ଏହା ସମାନ ପ୍ରଦର୍ଶନ କରୁଥିବା ଜଣାପଡ଼ିଛି।

Comments are closed.