Latest Odisha News

BREAKING NEWS

ସେରମ୍ ଇନଷ୍ଟିଚ୍ୟୁଟରେ ଆଜିଠୁ ଅକ୍ସଫୋର୍ଡ କୋଭଡି ଭ୍ୟାକ୍ସିନର ୨ୟ ପର୍ଯ୍ୟାୟ ଟ୍ରାଏଲ୍ ଆରମ୍ଭ

ପୁଣେ: ଆଜିଠୁ ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ)ରେ ଅକ୍ସଫୋର୍ଡ କୋଭିଡ-୧୯ ଭ୍ୟାକ୍ସିନର ୨ୟ ପର୍ଯ୍ୟାୟ ଟ୍ରାଏଲ୍ ଆରମ୍ଭ ହେଉଛି ।

ଭାରତୀ ବିଦ୍ୟାପୀଠ ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ସୁସ୍ଥ ଭାରତୀୟ ବ୍ୟକ୍ତିଙ୍କ ଉପରେ କୋଭିଶୀଲ୍ଡର ସୁରକ୍ଷା ଓ ପ୍ରତିରୋଧକ କ୍ଷମତା ସମ୍ପର୍କରେ ଯାଞ୍ଚ କରାଯିବ ।

ବ୍ରିଟିଶ-ସ୍ୱେଡିସ୍ ଫାର୍ମା କମ୍ପାନୀ ଏଷ୍ଟ୍ରାଜୋନକା ସହିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସହଭାଗିତା ରହିଛି ।

ପିଟିଆଇର ରିପୋର୍ଟ ମୁତାବକ “ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସସିଓ) ଠାରୁ ଆମେ ସମସ୍ତ ଅନୁମତି ପାଇଥିବା ବେଳେ ଅଗଷ୍ଟ ୨୫ରୁ ଭାରତୀ ବିଦ୍ୟାପୀଠ ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ଏହି ଟିକାର ମାନବ କ୍ଲିନିକାଲ୍ ଟ୍ରାଏଲ୍ ଆରମ୍ଭ କରିବୁ” ବୋଲି ପ୍ରକାଶ କରିଛନ୍ତି ଏସଆଇଆଇ, ଗଭର୍ମେଣ୍ଟ ଏବଂ ରେଗୁଲାଟୋରୀ ଏଫାୟାର୍ସର ଅତିରିକ୍ତ ନିର୍ଦ୍ଦେଶକ ପ୍ରକାଶ କୁମାର ସିଂହ କହିଛନ୍ତି ।

Leave A Reply

Your email address will not be published.