Latest Odisha News

BREAKING NEWS

ପଟ୍ଟାଙ୍ଗି ବିଧାୟକ କରୋନା ପଜିଟିଭ

ପଟ୍ଟାଙ୍ଗି: ରାଜ୍ୟର ପଟ୍ଟାଙ୍ଗି ବିଧାୟକ ପିତମ ପାଢୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ଏନେଇ ଫେସବୁକ୍ ପେଜରେ ସୂଚନା ଦେଇଛନ୍ତି ।

ସେ ଉକ୍ତ ପୋଷ୍ଟରେ ଉଲ୍ଲେଖ କରିିଛନ୍ତି ଯେ ଲକ୍ଷଣ ଦେଖାଯିବାରୁ କରୋନା ଟେଷ୍ଟ କରାଇଥିଲେ । ଯାହା ପଜିଟିଭ ବାହାରିଛି । ସେ ଏବେ ଆଇସୋଲେସନରେ ଅଛନ୍ତି ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ କରୋନା ଟେଷ୍ଟ କରାନ୍ତୁ ।

ଏହା ପୂର୍ବରୁ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି- ଓଡିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ଚେୟାରମ୍ୟାନ୍ ତଥା ବିଜେଡି ସାଧାରଣ ସମ୍ପାଦକ ଶ୍ରୀମୟୀ ମିଶ୍ର, ଓଡିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ କୁମାର ସାହୁ, ଗ୍ରାମ୍ୟ ଉନ୍ନୟନ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ଖଣ୍ଡପଡା ବିଧାୟକ ତଥା ‘ସମ୍ୱାଦ’ ସମ୍ପାଦକ ସୌମ୍ୟ ରଂଜନ ପଟ୍ଟନାୟକ, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ଏବଂ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ପ୍ରମୁଖ ।

Leave A Reply

Your email address will not be published.