Latest Odisha News

BREAKING NEWS

ଚର୍ଚ୍ଚରେ ଗହଳି ମହଙ୍ଗା ପଡିଲା,ଦକ୍ଷିଣ କୋରିଆରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି

ସିଓଲ:କରୋନା କବଳରୁ ଦକ୍ଷିଣ କୋରିଆ ନିଜକୁ ବଂଚାଇ ପାରିବାରେ ସକ୍ଷମ ହୋଇଥିଲା । ମାତ୍ର ଚର୍ଚ୍ଚରେ ଉଦ୍ଦେଶ୍ୟମୂଳକ ଭାବେ ଗହଳି କରାଯିବା ଯୋଗୁ ବର୍ତମାନ ଏଠାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୧୭ ଅଂଚଳରେ ୪୦୦ ପାଖାପାଖି ନୂଆ କେସ୍ ଦେଖିବାକୁ ମିଳିଛି । ଦେଶରେ ଏବେ ରେଡ ଆଲର୍ଟ ଜାରି କରାଯାଇଛି । ତେବେ କିପରି ନିର୍ଦ୍ଦିଷ୍ଟ ଏକ ଚର୍ଚ୍ଚରୁ କରୋନା ସଂକ୍ରମିତ ସଂଖ୍ୟା ବଢ଼ିଲା ଏହାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ।

ରିପୋର୍ଟ ମୁତାବକ ଚର୍ଚ୍ଚକୁ ବନ୍ଦ କରିବା ପାଇଁ କେତେକ ଲୋକ ଷଡଯନ୍ତ୍ର କରିଥିଲେ, କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ପରେ ଏହାକୁ ରଚିଥିବା ଯୁବକମାନଙ୍କ ପତା ମିଳୁ ନାହିଁ । ଚର୍ଚ୍ଚକୁ ଯାଇଥିବା ବ୍ୟକ୍ତି ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କୁ କ୍ୱାରେଂଟାଇନରେ ରହିବା ପାଇଁ କୁହାଯାଇଛି ।

Leave A Reply

Your email address will not be published.