Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଚଳଚଞ୍ଚଳ ରଥଖଳା ଓ ଦୋଳବେଦି ପରିସର : ନିର୍ମାଣ ସରିଲାଣି ତିନି ରଥର ୩୯ଟି ଚକ

ପୁରୀ : ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଚଳଚଞ୍ଚଳ ରଥଖଳା ଓ ଦୋଳବେଦି ପରିସର ।  ରଥଖଳାରେ ୩୯ ଟି ରଥଚକ ନିର୍ମାଣ କରାଯାଇଛି । ତିନି ରଥ ର ମୋଟ ୪୨ ଟି ଚକ ନିର୍ମାଣ ହେବାକୁ ଥିବା ବେଳେ ପରମ୍ପରା ଅନୁଯାୟୀ ମଂଗଳବାର ଭୋଇ ସେବକ ମାନେ ମା ଚର୍ଚିକା ଙ୍କୁ ପୂଜାର୍ଚ୍ଚନା ପରେ ରଥ ଚକ ନିର୍ମାଣ ସରିବ । ଚକ ନିର୍ମାଣ ପାଇଁ ତୁମରେ ଅର ଏବଂ ପହି ସଂଯୋଗ କରାଯାଉଛି ।

BjdElectrycity

ସେହିପରି ତିନି ରଥର ନାହାକା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ରୂପକାର ସେବକମାନେ ଗୁଜ ଗୁଡିକରେ ଖୋଦେଇ କରୁଛନ୍ତି । ଚଉତା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖମ୍ବି ଗୁଡିକରେ ବିନ୍ଧ କରାଯାଉଛି।

ଅସ୍ଥାୟୀ କମାରଶାଳରେ ରଥ ନିର୍ମାଣ ପାଇଁ ଓଝା ସେବକ କଣ୍ଟାକବ୍‌ଜା ପ୍ରସ୍ତୁତ କରୁଛନ୍ତି। ଶୀତଳଷଷ୍ଠୀ ପୂର୍ବରୁ ୨୧ ଅଖରେ ୪୨ଚକ ସଂଯୋଗ କରାଯିବ। ତାହାକୁ ଦୃଷ୍ଟିରେ ରଖ୍ ରଥ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ତିନିରଥ ମୁଖ୍ୟ ମହାରଣାଙ୍କ ନିର୍ଦେଶ ଅନୁଯାୟୀ ୨୦ଫୁଟିଆ ଧଉରା କାଠରେ ଚାରିନାହାକା ନିର୍ମାଣ କରାଯାଉଛି । ଦଣ୍ଡା ନିର୍ମାଣ ପାଇଁ ଆବଶ୍ୟକୀୟ କାଠ ଯୋଗାଇ ଦିଆଯାଇଛି ।

ଓରା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଗୟଳ କାମ ଅବ୍ୟାହତ ରହିଛି। ସେହିପରି ମୁହାଣ୍ଟ, ନିରାଡି ଓ ଓରା ନିର୍ମାଣ ସରିଚି।

Leave A Reply

Your email address will not be published.