Latest Odisha News

BREAKING NEWS

‘ମିଳୁନାହାନ୍ତି ହାତୀ, ରଥ ଟାଣିବାକୁ ସେବାୟତ ପ୍ରସ୍ତୁତ’

ପୁରୀ: ରଥଯାତ୍ରା ବିନା ଭକ୍ତରେ ହେବ । ରାଜ୍ୟ ସରକାର ରଥଯାତ୍ରା ଓ ରଥ ଟଣା ନେଇ ଶୀଘ୍ର ନିଜର ନିଷ୍ପତ୍ତି ନିଅନ୍ତୁ । ବର୍ତ୍ତମାନ ହାତୀ ମିଳୁନାହାନ୍ତି । ରଥ ଟାଣିବା ଲାଗି ୧୭୦୦ରୁ ୨୦୦୦ ସେବାୟତ ପ୍ରସ୍ତୁତ ଅଛନ୍ତି ବୋଲି ବରିଷ୍ଠ ଦଈତାପତି ବିନାୟକ ଦାସମହାପାତ୍ର କହିଛନ୍ତି ।

ପୂର୍ବରୁ ବଡ଼ଦାଣ୍ଡରେ ବାଲି ଥିଲା ବୋଲି ହାତୀ ରଥ ଟାଣୁଥିଲେ। ଏବେ ହାତୀ ମିଳୁନାହାନ୍ତି। ତା ହେଲେ ରଥ କିପରି ଟଣାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। ରଥ ଟାଣିବା ଲାଗି ୧୭୦୦ରୁ ୨୦୦୦ ସେବାୟତ ପ୍ରସ୍ତୁତ ଥିବା ସେ କହିଛନ୍ତି। ମେସିନରେ ରଥ ଟଣା ପ୍ରସ୍ତାବକୁ ସେ ନାପସନ୍ଦ କରିବା ସହିତ ରଥଟଣାକୁ ନେଇ ରାଜନୀତି କରିବା ଠିକ୍ ନୁହଁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.