ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁରେକେଲା ରୋଡ଼ ରେଳ ଷ୍ଟେସନରୁ ୨ଶିଶୁଙ୍କ ସମେତ ୭ ଦାଦନଙ୍କୁ ଉଦ୍ଧାର କରାଯାଇଛି । ଘଟଣାରେ ଜଣେ ଦଲାଲଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦଲାଲ ଜଣକ ହେଲେ ହଳନଭଟା ଗାଁର ଭମ୍ରରବର ସୁନା (୫୫) ।
ମିଳିଥିବା ଖବର ଅନୁସାରେ, ଗତ ରାତି ସମୟରେ ତୁରେକେଲା ରୋଡ଼ ରେଳ ଷ୍ଟେସନରୁ ୨ଶିଶୁଙ୍କ ସମେତ ୭ଦାଦନଙ୍କୁ ରେଳଗାଡ଼ି ଯୋଗେ ହାଇଦ୍ରାବାଦ ଚାଲାଣ କରିବାକୁ ଯୋଜନା ଚାଲିଥିଲା । ବିଶ୍ବସ୍ତ ସୂତ୍ରରୁ ଏହି ଖବରପାଇ ତୁରକେଲା ଓ ଲାଠୋର ପୋଲିସ ମିଳିତ ଭାବେ ଚଢାଉ କରି ଦଲାଲ ଭମ୍ରରବର ସୁନାର ପ୍ଲାନ ଭଣ୍ଡୁର କରିଥିଲେ ।
୨ ଶିଶୁଙ୍କ ସମେତ ୭ ଦାଦନଙ୍କୁ ଉଦ୍ଧାର କରି ନିଜ ଗାଁ ହଳନଭାଟାରେ ଛାଡି ଦେଇଥିଲେ ପୋଲିସ । ଏହାପରେ ଦଲାଲକୁ ଗିରଫ କରି ଏକ ମାମଲା ରୁଜୁକରି କଣ୍ଟାବାଞ୍ଜି ଅଦାଲତ ଚାଲାଣ କରିଥିଲେ । ଦଲାଲ ଭମ୍ରରବରଙ୍କ ଜାମିନ ଆବେଦନକୁ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନାମଞ୍ଜୁର କରିଥିବାରୁ, ଅଭିଯୁକ୍ତ ଙ୍କୁ କଣ୍ଟାବାଞ୍ଜି ଉପ କାରାଗାରକୁ ପଠାଇ ଦିଆ ଯାଇଥିବା ସୂଚନା ରହିଛି ।
Comments are closed.