Latest Odisha News

BREAKING NEWS

ନର୍ଲା ପଞ୍ଚାୟତକୁ ୭ ଦିନିଆ ସଟଡାଉନ ଘୋଷଣା

ଭବାନୀପାଟଣା : ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଛି । ଖାସକରି ପଶ୍ଚିମ ଓଡ଼ିଶାରେ ଏବେ ଉପରମୁହାଁ ଭାଇରସ । ତେବେ କଳାହାଣ୍ଡି ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ନର୍ଲା ପଞ୍ଚାୟତରେ ସପ୍ତାହକ ପାଇଁ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ ।

କଳାହାଣ୍ଡିରେ ସପ୍ତାହନ୍ତ ସଟଡାଉନ ସହ ଜାରି ରହିଛି ନାଇଟ କର୍ଫ୍ୟୁ । ଜିଲ୍ଲାର କରୋନା ତାର କାୟା ବିସ୍ତାର କରିଥିବା ବେଳେ ନର୍ଲା ବ୍ଲକରେ ମଧ୍ୟ ବଢୁଛି ପଜିଟିଭ୍ ସଂଖ୍ୟା । ତେଣୁ ନର୍ଲା ସରପଞ୍ଚ ଚିରଞ୍ଜୀବ ଗୌଡ଼ିଆ ନର୍ଲା ପଞ୍ଚାୟତକୁ ସପ୍ତାହକ ପାଇଁ ସଟଡାଉନ ଘୋଷଣା କରିଛନ୍ତି । ଆସନ୍ତାକାଲି ଠାରୁ ମେ ୨ ତାରିଖ ପର୍ଯ୍ୟନ୍ତ ନର୍ଲା ସହର ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିବ ।

Leave A Reply

Your email address will not be published.