Latest Odisha News

BREAKING NEWS

ଜାଡେଜାଙ୍କଠାରୁ ହାରିଲା ବାଙ୍ଗାଲୋର

ମୁମ୍ବାଇ: ଆଇପିଏଲରେ ସବୁ ସମ୍ଭବ । ତାହା ପୁନର୍ବାର ପ୍ରମାଣିତ କରିଛନ୍ତି ଚେନ୍ନାଇ ସୁପର କିଙ୍ଗସର ରବୀନ୍ଦ୍ର ଜାଡେଜା । ତାଙ୍କରି ବ୍ୟକ୍ତିଗତ ପ୍ରଦର୍ଶନ ବଳରେ ମହେନ୍ଦ୍ର ସିଂ ଧୋନୀ ନେୃତ୍ୱତ୍ୱାଧୀନ ଚେନ୍ନାଇ ୬୯ ରନରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୨୦ ଓଭରରେ ୪ ଉଇକେଟ ହରାଇ ୧୯୧ ରନ କରିଥିଲା । ଜାଡେଜା ଇନିଂସର ଶେଷ ଓଭରରେ ହର୍ଷଲ ପଟେଲଙ୍କ ବୋଲିଂରୁ ୩୭ ରନ ଆଦାୟ କରିଥିଲେ । ସେ ୨୮ ବଲରେ ୬୨ ରନ କରିଥିଲେ ।

ଜବାବରେ ବାଙ୍ଗାଲୋର ନିର୍ଦ୍ଧାରିତ ଓଭରରେ ୯ ଉଇକେଟ ହରାଇ ୧୨୨ ରନ କରିଥିଲା । ଜାଡେଜା ବୋଲିଂରେ କମାଲ ଦେଖାଇ ୱାଶିଂଟନ ସୁନ୍ଦର, ଏବି ଡିଭିଲର୍ସ ଓ ଗ୍ଲେନ ମ୍ୟାକ୍ସୱେଲଙ୍କ ଉଇକେଟ ହାସଲ କରିବା ସହ ଡ୍ୟାନ କ୍ରିଷ୍ଟିଆନଙ୍କୁ ରନଆଉଟ କରିଥିଲେ । ଇମ୍ରାନ ତାହିର ଅନ୍ୟ ସଫଳ ବୋଲର ଭାବେ ୨ଟି ଉଇକେଟ ନେଇଥିଲେ ।

Leave A Reply

Your email address will not be published.