Latest Odisha News

BREAKING NEWS

କିଟ, କିସ ପକ୍ଷରୁ ଅଲିମ୍ପିଆନଙ୍କୁ ସମ୍ବର୍ଦ୍ଧନା: ପ୍ରମୋଦ, ଦୂତିଙ୍କ ନାମରେ ହେବ ଷ୍ଟାଡିୟମ

ଭୁବନେଶ୍ୱର: କିଟ ଓ କିସ୍ ପକ୍ଷରୁ ଆଜି ଅଲିମ୍ପିଆନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଦେଶକୁ ଗୌରାବାନ୍ୱିତ କରିଥିବା ବ୍ୟାଡମିଂଟନ ଖେଳାଳି ପ୍ରମୋଦ ଭଗବତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କିଟ, କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ଅନ୍ୟ ଅଧିକାରୀଗଣ ଏହି ଅବସରରେ ଉପସ୍ଥିତ ଥିଲେ । ୫ ଲକ୍ଷ ଟଙ୍କା ମାନପତ୍ର ଓ ଉପଢ଼ୌକନ ତାଙ୍କୁ ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ ତାଙ୍କ ନାମରେ ଇନଡୋର ଷ୍ଟାଡିୟମକୁ ନାମିତ କରାଯିବା ସହ ଆସନ୍ତା ବର୍ଷ ଡକ୍ଟେରେଟ ଡିଗ୍ରୀ ପ୍ରଦାନ କରାଯିବ ବୋଲି ଅଚ୍ୟୁତ ସାମନ୍ତ ଘୋଷଣା କରିଥିଲେ । ଦୌଡରାଣୀ ଦୂତି ଚାନ୍ଦଙ୍କ ନାମରେ କିଟର ସିନ୍ଥେଟିକ ଆଥଲେଟିକ ଷ୍ଟାଡିୟମକୁ ନାମିତ କରାଯିବ ।

ଦୁଇ ଜଣ ଅଲିମ୍ପିଆନଙ୍କ ନାମରେ ୨ଟି ଷ୍ଟାଡିୟମ ଏକାଥରକେ ନାମିତ ହେବାରେ କିଟ୍ ଭାରତର ପ୍ରଥମ ବିଶ୍ୱ ବିଦ୍ୟାଳୟ ହେବାକୁ ଯାଉଛି । ହୁଇଲ ଚେୟାର ଅସୀଚାଳକ ରାଖାଲ ସେଠୀଙ୍କୁ ୨.୭ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଉପକୂଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳସଚିବ ଜ୍ଞାନ ରଞ୍ଜନ ମହାନ୍ତି ଓ କିଟ ନିର୍ଦ୍ଦେଶକ ଡ.ଗଗନେନ୍ଦୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.