ତ୍ରିପୋଲି: ୭ଜଣ ଭାରତୀୟଙ୍କୁ ଲିବ୍ୟାର ଆତଙ୍କବାଦୀମାନେ ଅପହରଣ କରିନେଇଛନ୍ତି । ଏହି ଭାରତୀୟମାନେ ସେଠାରେ କାମ କରିବାକୁ ଯାଇଥିଲେ । ୨୦ ହଜାର ଡଲାର ଦେଲେ ଭାରତୀୟଙ୍କୁ ଛଡାଯିବ ବୋଲି ଆତଙ୍କବାଦୀମାନେ ସର୍ତ ରଖିଛନ୍ତି । ଉତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଏବଂ ବିହାରର ଏହି ଶ୍ରମିକ ମାନେ ଭିଜା ଅବଧି ଶେଷ ହେବାକୁ ଯାଉଥିବାରୁ ସ୍ୱଦେଶ ଫେରିବା ପାଇଁ ଚାହୁଁଥିଲେ । ସେ ସମୟରେ ଆତଙ୍କବାଦୀମାନେ ସେମାନଙ୍କୁ ଅପହରଣ କରିଥିଲେ ।
ଭାରତୀୟ ବର୍ହିବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ କୌଣସି ସୂଚନା ପ୍ରକାଶ ପାଇ ନାହିଁ । ଅପହରଣ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟର ଜଣେ ପରିବାର ସଦସ୍ୟ ଏହି ଖବର ଗଣମାଧ୍ୟମ ଜଣାଇଥିଲେ ।
Comments are closed.