Latest Odisha News

BREAKING NEWS

Naxal Encounter: କାଲି ଟପ୍ ମାଓନେତା ହିଡମା …ଆଜି ଆଉ ୭ ମାଓବାଦୀ ନିପାତ

ମାଲକାନଗିରି: ଦିନକୁ ଦିନ ରାଜ୍ୟରେ ମାଓଗଡ଼ ଭୁଶୁଡ଼ିବାରେ ଲାଗିଛି । ମାଲକାନଗିରି ସୀମାନ୍ତରେ ପୁଣି ଏନକାଉଣ୍ଟର। ଆନ୍ଧ୍ରପ୍ରଦେଶ ଆଲୁରୀ ସୀତାରାମ ରାଜୁ ଜିଲ୍ଲାର ମାରେଡିମିଲ୍ଲୀ ଜଙ୍ଗଲରେ ପୁଣି ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ମାଓବାଦୀ ନିହତ ହୋଇଛନ୍ତି। ମୃତ ମାଓବାଦୀଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ଜଣାପଡିଛି । ୨ ଦିନରେ ସଫା ହେଲେଣି ୧୩ ମାଓବାଦୀ ।

ବର୍ତ୍ତମାନ ସୁଦ୍ଧ ନିହତ ମାଓବାଦୀଙ୍କ ପରିଚୟ ହସ୍ତଗତ ହୋଇନାହିଁ । ଏବେବି ଆନ୍ଧ୍ର  ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ଗତକାଲି ଏହି ଜଙ୍ଗଲରେ ଏନକାଉଣ୍ଟର ବେଲେ ଟପ ମାଓନେତା ହିଡମା ସମେତ ୬ ମାଓବାଦୀ ନିପାତ ହୋଇଥିଲେ ।

ମାଡଭି ହିଡମା ଛତିଶଗଡ଼ର ସୁକମା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲା। ୧୬ ବର୍ଷ ବୟସରେ ଅସ୍ତ୍ର ଧରିଥିବା ହିଡମା ଅନେକ ବଡ଼ ଆକ୍ରମଣର ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ସେ ଜଣେ ୱାଣ୍ଟେଡ୍ ନକ୍ସଲ ଥିଲା ଯାହାଙ୍କ ଉପରେ ୧ କୋଟି ଟଙ୍କା ପୁରସ୍କାର ଥିଲା। ସେ ବହୁତ ସମୟ ଧରି ସୁରକ୍ଷା ବାହିନୀ ଠାରୁ ଲୁଚି ରହିଥିଲା ।

ଆନ୍ଧ୍ର ଗୁଇନ୍ଦା ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ମହେଶ ଚନ୍ଦ୍ର ସୂଚନା ଦେଇଛନ୍ତି ଯେ ନିକଟରେ ଏନଟିଆର, କୃଷ୍ଣା, କାକିନାଡା, କୋନାସିମା ଏବଂ ଏଲୁରୁ ଜିଲ୍ଲାରୁ ୫୦ ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି, ଯେଉଁଥିରେ କେନ୍ଦ୍ରୀୟ କମିଟି, ରାଜ୍ୟ କମିଟି, କ୍ଷେତ୍ର କମିଟି ଏବଂ ପ୍ଲାଟୁନ୍ ଟିମ୍ ସଦସ୍ୟ ଅଛନ୍ତି।

ସୁରକ୍ଷା ବାହିନୀ ଅପରେସନ ସମୟରେ ୪୫ଟି ଅସ୍ତ୍ରଶସ୍ତ୍ର, ୨୭୨ଟି କାର୍ଟ୍ରିଜ୍, ଦୁଇଟି ମାଗାଜିନ୍, ୭୫୦ ଗ୍ରାମ ତାର ଏବଂ ଅନେକ ବୈଷୟିକ ଉପକରଣ ଏବଂ କାଗଜପତ୍ର ଜବତ କରିଛି।

 

Comments are closed.