Latest Odisha News

ଗୋଟିଏ ଦିନରେ ରାଜ୍ୟରେ ୬୩ ହଜାର ୨୦୯ କୋଭିଡ୍ ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ରେକର୍ଡ ସ୍ତର ଛୁଇଁଛି କୋଭିଡ୍ ଟେଷ୍ଟିଂ। ଅଧିକରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା କରାଯାଉଛି । ଗତ ୨୪ ଘଣ୍ଟାରେ ୬୩ ହଜାର ୨୦୯ ସାମ୍ପୁଲ ପରୀକ୍ଷା ହୋଇଛି ।

ଏହା ଭିତରେ ୫୫,୭୮୦ଟି ଆଣ୍ଟିଜେନ, ୭,୨୯୫ଟି ଆରଟିପିସିଆର ଓ ଟ୍ରନେଟ ୧୩୪ । ମୟୂରଭଞ୍ଜରେ ସର୍ବାଧିକ ୮ହଜାର ୪୫୧ ଟେଷ୍ଟ କରାଯାଇଥିବା ବେଳେ ଗଞ୍ଜାମରେ ୮,୧୨୨, କେନ୍ଦ୍ରାପଡାରେ ୮,୨୪୩ ନମୁନା ପରୀକ୍ଷା କରାଯାଇଛି ।

କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର ଟେଷ୍ଟିଂକୁ ଗୁରୁତ୍ବ ଦେଉଛନ୍ତି । ଦିନକୁ ପଚାଶ ହଜାର କୋଭିଡ୍ ଟେଷ୍ଟିଂ ଉପରେ ସରକାର ଫୋକସ କରିଥିଲେ । ଏବେ ଦୈନିକ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଉଛି । ଅଧିକ ଟେଷ୍ଟିଂ ଦ୍ବାରା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । କିନ୍ତୁ ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବାରେ ଏହା ସହାୟତା ହେଉଛି ।

Leave A Reply

Your email address will not be published.