ଶ୍ରୀନଗର: ଜମ୍ମୁ ନିକଟବର୍ତ୍ତୀ ଅଖନୁର ସେକ୍ଟରରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ବଡଧରଣର ଆଇଡି ବିସ୍ଫୋରଣ ହୋଇଛି । ଏଥିରେ ଜଣେ ସେନା କ୍ୟାପଟେନଙ୍କ ସମେତ ଦୁଇ ଜଣ ସେନା କର୍ମଚାରୀ ସହିଦ ହୋଇଛନ୍ତି ଏବଂ ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି ।
ଏ ସମ୍ପର୍କରେ ଅଧିକାରୀମାନେ କହିଛନ୍ତି ଯେ, ଯବାନମାନେ ପାଟ୍ରୋଲିଂ କରୁଥିବା ସମୟରେ ଅପରାହ୍ନ ପ୍ରାୟ ୩ଟା ୫୦ ସମୟରେ ଅଖନୁର ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟ ଭଟ୍ଟାଲ ଅଞ୍ଚଳରେ ଏକ ବିସ୍ଫୋରଣ ହୋଇଥିଲା । ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଏକ ଏହା ଏକ ଆଇଡିରେ ବିସ୍ଫୋରଣ ଘଟିଛି । ବିସ୍ଫୋରଣ ପରେ ଆମର ଯବାନମାନେ ଏହି ଅଞ୍ଚଳକୁ ଅକ୍ତିଆର କରିନେଇଛନ୍ତି ଏବଂ ସର୍ଚ୍ଚ ଅପରେସନ୍ ଚାଲିଛି ।
ଆହତ କର୍ମଚାରୀମାନଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ଜଣେ କ୍ୟାପ୍ଟେନଙ୍କ ସମେତ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ଆହତ ଯବାନଙ୍କ ଚିକିତ୍ସା ଜାରି ରହିଛି ବୋଲି ସେନା ପକ୍ଷରୁ ସୂଚନା ରହିଛି ।
ଏହାର ଗୋଟିଏ ଦିନ ପୂର୍ବରୁ, ସୋମବାର, ରାଜୌରୀ ଜିଲ୍ଲାରେ ନିୟନ୍ତ୍ରଣ ରେଖା (ଏଲଓସି) ରେ ଗୁଳିଚାଳନା ଯୋଗୁଁ ଜଣେ ଯବାନ ଗୁରୁତର ଆହତ ହୋଇଥିଲେ । ଆହତ ଯବାନ ଜଣକ ନୌଶେରା ସେକ୍ଟର କଲାଲ ଅଞ୍ଚଳର ।
Comments are closed.